ଅପରାଧ ୪ ସୁନା ଚେନ ଲୁଟେରା ସହ ଜଣେ କ୍ରେତା ଗିରଫ Angul OnlineDecember 19, 2024December 19, 2024 ଅନୁଗୁଳ – ସୁନା ଚେନ ଲୁଟ କରୁଥିବା ୪ ଜଣ ଲୁଟେରା ସମେତ ଜଣେ ଚେନ କ୍ରେତାକୁ ଗିରଫ କରିଛି ଅନୁଗୁଳ ପୁଲିସ । ଅନୁଗୁଳ ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ସୂଚନା ଅନୁସାରେ ଗତ ଡିସେମ୍ବର ୭ ତାରିଖ ଦିନ ପାତେଳି ଗାଁ ର ଦେବାଶିଷ ଦେହୁରି ନାମକ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ଭାଇ ଅରିଜିତ ପ୍ରଧାନଙ୍କୁ ତାଙ୍କ ଗାଁ ଜରାସିଂହା ଗାଁକୁ ମୋଟରସାଇକେଲରେ ଛାଡିବାକୁ ଯାଉଥିଲେ । ତେବେ ସେମାନେ ଅନୁଗୁଳ ଟାଉନ ହାଇସ୍କୁଲ କେନାଲ ରୋଡ ହୋଇଥିବା ବେଳେ ହଠାତ ୪ ଜଣ ଯୁବକ ହାତରେ ବାଡି ଧରି ସେମାନଙ୍କୁ ଅଟକାଇବା ସହ ପାଖରେ ଥିବା ଟଙ୍କା ଓ ସୁନା ଦେବାକୁ ବାଧ୍ୟ କରିଥିଲେ । ଏପରିକି ତାଙ୍କୁ ଏକ ଚାପୁଡା ମାରି ଟଙ୍କା ସୁନା ନଦେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଦେବାଶିଷ ଓ ଅରିଜିତ ସେମାନଙ୍କୁ ବିରୋଧ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଦେବାଶିଷଙ୍କ ବେକରୁ ଚେନ ଛିଣ୍ଡାଇ ନେଇ ପଳାଇ ଯାଇଥିଲେ । ଏ ନେଇ ଦେବାଶିଷ ପୁଲିସର ଦ୍ଵାରସ୍ଥ ହୋଇଥିଲେ । ପୁଲିସ ତଦନ୍ତ କରି ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପହରାଉଚରା କରିବା ବେଳେ ସେମାନେ ଏହି ଚେନ ଅନ୍ୟ ଜଣଙ୍କୁ ବିକ୍ରି କରି ଟଙ୍କା ଆଣିବା ପରେ ଟଙ୍କା ଭାଗ କରି ନେଇଥିବା ସ୍ଵୀକାର କରିଥିଲେ । ଏଥିପାଇଁ ପୁଲିସ ୪ ଜଣ ଲୁଟେରା ସହ ଚେନ କ୍ରେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମାନଙ୍କ ନିକଟରୁ ସୁନା ଚେନ , ଗୋଟିଏ ମୋଟରସାଇକେଲ ଜବତ କରିଛି । Advertisement
ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ ଓ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଅନୁଗୁଳ – ଜଣେ ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ ଦେଇଥିବା ବେଳେ ଆଉ ଜଣେ ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଅଦାଲତ…
ଗଞ୍ଜେଇ ଜବତ, ଦମ୍ପତି ଗିରଫ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ବୁଧବାର ସକାଳେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇ ଆଠମଲ୍ଲିକ ଅବକାରୀ ଇନ୍ସପେକ୍ଟର ପବିତ୍ର ମୋହନ…
ବନ୍ଧୁକ ଦେଖାଇବା ସହ କଟୁରୀରେ ହାଣି ଲୁଟିନେଲେ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଲୁଟେରାଙ୍କ ଦୌରାତ୍ମ କମିବାରେ ନାଁ ନେଉ ନାହିଁ l ଗତ କିଛି ଦିନ ତଳେ ଏକ ମଦ ଦୋକାନ ଓ ପରେ…