ଅପରାଧ କାରର କାଚ ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ Angul OnlineDecember 20, 2024December 20, 2024 ଅନୁଗୁଳ – ଜନ ଗହଳିପୂର୍ଣ୍ଣ ସ୍ଥାନରୁ କାରର କାଚ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲାପାଳ ସମ୍ମୁଖରେ ଏହି ଘଟଣା ଘଟିଥିବା ବେଳେ କାରର ଝରକା କାଚ ଭାଙ୍ଗି ପୁରା ଏକ ଲକ୍ଷ ଟଙ୍କା କୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ଜୁକୁବୁ ଗାଁର ସତ୍ୟବ୍ରତ ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କ ଭାଇଙ୍କ ସହ କାରରେ ଅନୁଗୁଳ ଆସିଥିଲେ । ସେ ଜାଗା ରେଜିଷ୍ଟ୍ରେସନ ପାଇଁ ପ୍ରଥମେ ପି ଏନ ବି ବ୍ୟାଙ୍କ ଯାଇ ପ୍ରାୟ ଏକ ଲକ୍ଷ ୪୦ ହଜାର ଟଙ୍କା ଉଠାଇ ଥିଲେ । ୪୦ ହଜାର ଟଙ୍କା ପକେଟରେ ରଖିଥିବା ବେଳେ ବାକି ଏକ ଲକ୍ଷ ଟଙ୍କା କାରର ଡ୍ୟାସବୋର୍ଡ ରେ ରଖିଥିଲେ । ବ୍ୟାଙ୍କରୁ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରେଜିଷ୍ଟ୍ରେସନ ଅଫିସ ଆସିଥିଲେ । ରାସ୍ତା କଡରେ ଗାଡି ରଖି ସେ ଅଫିସ ଭିତରକୁ ଯାଇ ଫେରିବା ପରେ ତାଙ୍କ କାରର କାଚ ଭଙ୍ଗା ଯାଇଥିବା ଦେଖି ପ୍ରଥମେ ଦେଖିଥିଲେ । ଡ୍ୟାସବୋର୍ଡ ଖୋଲି ଜାଞ୍ଚ କଲାପରେ ଟଙ୍କା ନଥିବା ଜାଣି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Advertisement
ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଥିବା ତିନି ଲୁଟେରା ଗିରଫ ଅନୁଗୁଳ – ଅନୁଗୁଳ ପୁଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ପୂର୍ବରୁ ଅନେକ ଲୁଟ , ଛିନତାଇ ମାମଲାରେ ଏହି ଲୁଟେରା ମାନେ…
ଅଟୋ ମାଲିକଙ୍କୁ ମାଡ ମାରି ଟଙ୍କା ଲୁଟ୍ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ ରୋଡ଼ରେ ଜଣେ ଅଟୋ ମାଲିକଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରି ୫୦ହଜାର ଟଙ୍କା ଲୁଟିବା ସହ ମୋବାଇଲ ଛଡ଼ାଇ…
ପିସ୍ତଲ ଓ ଗୁଳି ସହ ଦୁର୍ଦାନ୍ତ ଅପରାଧି ତୁଫାନ ଗିରଫ ଅନୁଗୁଳ – ପିସ୍ତଲ ଓ ଗୁଳି ସହ ଜଣେ ଯୁବକକୁ ଗିରଫ କଲା ଅନୁଗୁଳ ପୁଲିସ । ଗିରଫ ଯୁବକ ଜଣଙ୍କ ହେଲେ ଅନୁଗୁଳ ସହର ରାଧାରମଣପଡାର…