ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମାଇକ୍ରୋବାୟୋଲୋଜିଷ୍ଟ ପଦରେ ଥିବା ଡାକ୍ତର ସୁଶ୍ରୀ ଶାନ୍ତି ତ୍ରିପାଠୀଙ୍କ ଅନ୍ୟତ୍ର ବଦଳି ହୋଇଛି । ସେ ଏନ୍.ସି.ଡି.ସି. (NCDC), ନୂଆଦିଲ୍ଲୀରେ ସିନିୟର୍ ମାଇକ୍ରୋବାୟୋଲୋଜିଷ୍ଟ ଭାବରେ ନିଯୁକ୍ତ ହୋଇଛନ୍ତି । ଏଣୁ ତାଙ୍କୁ ବିଦାୟ ଦେବାକୁ ପାଥୋଲୋଜି ବିଭାଗରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସମସ୍ତ କର୍ମଚାରୀ ତାଙ୍କୁ ବିଦାୟ ଜଣାଇ ତାଙ୍କ ଭବିଷ୍ୟତ କାର୍ଯ୍ୟ ପାଇଁ ଶୁଭକାମନା ଜଣାଇଥିଲେ।

ସୂଚନା ଅନୁସାରେ , ଡାକ୍ଟର ତ୍ରିପାଠୀ ୧୦.୦୮.୨୦୧୮ରୁ ଆଜି ଯାଏଁ ୭ ବର୍ଷ ଧରି ନିଷ୍ଠାର ସହ ଦାୟିତ୍ବ ପାଳନ କରିଥିଲେ । କୋଭିଡ୍ ସମୟରେ ସେ ଦିନ ରାତି ୨୪ ଘଣ୍ଟା ଅବିରତ କାର୍ଯ୍ୟ କରି ସମସ୍ତଙ୍କୁ ସେବା ଯୋଗାଇ ଦେଇଥିଲେ । ଯେଉଁଥିପାଇଁ ସେ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ ।