ତାଳଚେର – ନାବାଳକକୁ ଅପହରଣ କରି ନେବା ବେଳେ ଅପହରଣକାରୀଙ୍କୁ କାବୁ କରି ନେଲା ତାଳଚେର ପୁଲିସ । ସେମାନଙ୍କ କବଳରୁ ନାବଳକକୁ ଉଦ୍ଧାର କରା ଯାଇଛି ।

ସୂଚନା ଅନୁସାରେ ,ଗତ ୨ ତାରିଖ ଦିନ ତାଳଚେର ଥାନା ଅନ୍ତର୍ଗତ ମହାଦେବ ବିହାର ଅଞ୍ଚଳରୁ ଜଣେ ଦୃର୍ବୁତ୍ତ ଗୋଟେ ୭ ବର୍ଷର ନାବାଳକକୁ ବଳ ପୂର୍ବକ ଅପହରଣ କରିନେଇଥିବା ତାଙ୍କ ମା ସରସ୍ଵତୀ ସାହୁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ତାଳଚେର ପୋଲିସ ଏକ ଟିମ୍ ଗଠନ କରି ଛାନଭିନ କରିଥିଲେ । ବହୁ ଖୋଜାଖୋଜି ପରେ ଢେଙ୍କାନାଳ ଜିଲ୍ଲା ଭାପୁର ଠାରୁ ଅପହୃତ ନାବାଳକକୁ ପୋଲିସ ଉଦ୍ଧାର କରିଥିଲେ । ଗୋଟେ କଳା ରଙ୍ଗର ସ୍କର୍ପିଓ ଗାଡ଼ିରେ ଦୁଇଜଣ ଯୁବକ ନାବାଳକଟିକୁ ଅପହରଣ କରିନେଉଥିବା ପୋଲିସ ଜାଣି ଉଭୟଙ୍କୁ ଗିରଫ କରିଛି । ଜଣେ ବାଲେଶ୍ଵର ଜିଲ୍ଲା ଭରଦା ବସ୍ତି ଅଞ୍ଚଳର ଏସକେ ରହିମୁଦ୍ଦିନ୍ ଏବଂ ଅନ୍ୟଜଣେ ଯାଜପୁର ଜିଲ୍ଲା ନାଥୁଆବର ଅଞ୍ଚଳର ସାଗର ମଲିକ । ତେବେ ପୋଲିସ ଉଭୟଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ଅପହରଣରେ ବ୍ୟବହୃତ ସ୍କର୍ପିଓ ଏବଂ ୩ ଟି ମୋବାଇଲ ଫୋନ୍ ଜବତ କରିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଅଭିଯୋଗକାରୀଣି ସରସ୍ଵତୀ ସାହୁ କହିଛନ୍ତି ।