ପୂର୍ବତନ ସରପଞ୍ଚଙ୍କ ପରଲୋକ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ପାତ୍ରପଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଯୋଗେଶ୍ୱର ସାହୁଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି । ଯୋଗେଶ୍ୱର ସାହୁ ଦୀର୍ଘ ଦିନ ହେବ ରାଜନୀତିରେ ଜଡିତ ରହିଵା ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ଆଦିରେ ସକ୍ରିୟ ଅଂଶ ଗ୍ରହଣକରି ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ଦୀର୍ଘଦିନ ହେବ ସେ ବିଜେଡି ଦଳର ପଞ୍ଚାୟତ ନେତୃତ୍ୱ ନେଇ ବିଜେଡି ପାଇଁ ତୃଣମୁଳ ସ୍ତରରେ ଅନେକ କାମ କରିଥିଲେ । ଗତ ସାଧାରଣ ନିର୍ବାଚନ ସମୟରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ସେ ପଞ୍ଚାୟତରେ ଜଣେ ଭଲ ସମିତି ସଭ୍ୟ, ସରପଞ୍ଚ ଏବଂ ଭାଜପାର ପଞ୍ଚାୟତ ସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ସେ ଦୀର୍ଘ ଦିନ ହେବ ରକ୍ତ ଶର୍କରା ରୋଗରେ ପଡିତ ଥିବା ବେଳେ ପ୍ରାୟ ୧ମାସ ତଳେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ଏଥିପାଇଁ ତାଙ୍କୁ କିଛି ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଵା ପରେ କିଛି ଦିନ ହେବ ଶାନ୍ତି ମେମୋରିଆଲରେ ଚିକିତ୍ସିତ ହେଉଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି(ସୋମବାର) ତାଙ୍କର ପରଲୋକ ଘଟିଛି । ତାଙ୍କର ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା , ପୂର୍ବତନ ବିଧାୟକ ସୁଶାନ୍ତ ବେହେରା ଶୋକ ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page