ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରୁ ଅଭିନବ ଉପାୟରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଣ୍ଡା । ଏହି ଲୁଟ ଅଭିଯୋଗରେ ପୋଲିସ cctv ଯାଞ୍ଚ କରି ଦୁଇ ଜଣ ଯୁବକଙ୍କୁ ଗିରଫ କରିବା ପରେ ଲୁଟ ହୋଇଥିବା ଅଣ୍ଡାକୁ ଦେବଗଡ଼ରୁ ଜବତ କରିଛି ।
ସୂଚନା ଅନୁସାରେ , ଭୁବେନେଶ୍ୱର ଏୟାରଫିଲଡ ଥାନା ସୁନ୍ଦରପଦା ଆଜାଦନଗର ଅଞ୍ଚଳର ଅଣ୍ଡା ବ୍ୟବସାୟୀ ଏସ କେ ଇମ୍ରାନ ଏକ ଟାଟା ଏସି ଗାଡ଼ିରେ ୧ ଲକ୍ଷ ୫୧ ହଜାର ଟଙ୍କାର ୧୨୦ ପେଟି ଅଣ୍ଡା ଲୋଡ଼ କରି ଅନୁଗୁଳ ପଠାଇଥିଲେ । ଟାଟା ଏସି ଗାଡି ଅନୁଗୁଳ ଆସିବାପରେ ଅଣ୍ଡା ପାଇଁ ଯୋଗାଯୋଗ କରିଥିବା ବ୍ୟକ୍ତି ଜଣଙ୍କ ଛେଣ୍ଡିପଦା ଥାନା ଦେବଗଡ଼ ଛକ ନିକଟକୁ ଡାକିଥିଲେ । ଦେବଗଡ ଛକର ଏକ ହୋଟେଲ ଆଗରେ ଟାଟା ଏସିରୁ ଏକ ପିକଅପ ଭ୍ୟାନକୁ ଅଣ୍ଡା ଲୋଡ଼ କରାଯାଇଥିଲା । ଲୋଡ଼ ପରେ ଟାଟା ଏସି ଗାଡିର ଚାଳକ ଟଙ୍କା ମାଗିବାରୁ ସେ ବ୍ଳକ ଛକରେ ଦେବା ପାଇଁ କହି ଫେରାର ହୋଇ ଯାଇଥିଲେ । ଏନେଇ ଦୀର୍ଘ ସମୟ ଅପେକ୍ଷା କରିବା ପରେ ସେମାନେ ନ ଆସିବାରୁ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଛେଣ୍ଡିପଦା ଥାନା ପୁଲିସ ଛାନଭିନ କରିବା ସହିତ cctv ଫୁଟେଜ ଯାଞ୍ଚ କରିବା ପରେ କୋଶଳା ଚନ୍ଦନ ନଗର ମା ତାରିଣୀ ସିମେଣ୍ଟ ଟାଇଲସ ପରିସରରେ ଥିବା ପିକଅପ ଭ୍ୟାନକୁ ଜବତ କରିଵା ସହିତ ଗାଁର ଜିନିଅସ ଓ କମଳ ଲୋଚନଙ୍କୁ ପଚରା ଉଚରା କରିବା ପରେ ଗିରଫ କରିବା ସହିତ ସେମାନେ ଉକ୍ତ ଅଣ୍ଡାକୁ ଦେବଗଡ଼ରେ ବିକ୍ରି କରିଥିବା ନେଇ ପୁଲିସକୁ କହିଥିଲେ । ପୁଲିସ ବିଳମ୍ବିତ ରାତିରେ ଦେବଗଡ଼ରେ ଚଢ଼ାଉ କରି ଲୁଟ ହୋଇଥିବା ୧୨୦ ପେଟି ଅଣ୍ଡାକୁ କରିଛି । ଜିନିଅସ ଓ କମଳଲୋଚନକୁ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ଏହି ଘଟଣାର ମାଷ୍ଟ୍ରରମାଇଣ୍ଡ ଫେରାର ଥିବା ଥାନା ଏସଆଇ ରାଜେଶ ଶତପଥି ପ୍ରକାଶ କରିଛନ୍ତି ।