ବୁଲୁଛି ମହାବଳ ବାଘ – ମିଳିଲା ପାଦ ଚିହ୍ନ

ଅନୁଗୁଳ – ଦେବଗଡ଼ ପରେ ଏବେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ମହାବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ଏହି ପାଦ ଚିହ୍ନ ଛେଣ୍ଡିପଦା ଓ ପାଟକୁମୁଣ୍ତା ଜଙ୍ଗଲରେ ଦେଖିବାକୁ ମିଳିଛି । ପାଦ ଚିହ୍ନକୁ ନେଇ ବନବିଭାଗ ଛାନ୍‌ ଭିନ୍‌ ଆରମ୍ଭ କରିଥିବା ବେଳେ ପାଦ ଚିହ୍ନ ମହାବଳ ବାଘର ହୋଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ସୋମବାର ଦେବଗଡ଼ ବନାଞ୍ଚଳର ବାଘବର ନିକଟରେ ବାଘ ପାଦ ଚିହ୍ନ ଦେଖିବାକୁ ମିଳିଥିଵା । ବୁଧବାର ଛେଣ୍ଡିପଦା ବନାଞ୍ଚଳର କଂକୁରପାଳ ଗାଁ ନିକଟ ଦେଇ ଏକ ମହାବଳ ବାଘ ଗଉଡୁଣୀ ନାଳ ପାରି ହୋଇ ସଂରକ୍ଷିତ ଜଙ୍ଗଲକୁ ଯାଇଥିବା ପାଦ ଚିହ୍ନରୁ ଜଣାପଡିଛି । ବାଘର ପାଦ ଚିହ୍ନ ଦେଖି ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡିକରେ ଭୟର ବାତାବରଣ ଖେଳି ଯାଇଛି। ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବାଘ ପାଦ ଚିହ୍ନର ଫୋଟୋ ପ୍ରିଣ୍ଟ ନେଇ ତଦନ୍ତ କରିବା ସହ ଲୋକଙ୍କୁ ସଚେତନ କରାଉଛି ।
ବୁଧବାର ସକାଳେ ବାଘଟି କଙ୍କୁରପାଳ ଗାଁ ଦେଇ ନାଳପାର ହୋଇ ଯାଇଥିବା ଦେଖି ଗ୍ରାମବାସୀ ଜଣାଇବା ପରେ ଛେଣ୍ଡିପଦା ବନ ବିଭଗକୁ ଖବର ଦେଇଥିଵା ନେଇ ସ୍ଥାନୀୟ ପ୍ରତ୍ୟକ୍ଷ ଦର୍ଶୀ ପ୍ରକାଶ କରିଛନ୍ତି । ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଁଚି ରାସ୍ତା ପାର୍ଶ୍ୱରୁ ବାଘର ପାଦ ଚିହ୍ନର ଫୁଟ ପ୍ରିଣ୍ଟ ସଂଗ୍ରହ କରିଥିଲେ । ସାଇଣ୍ଟିଫିକ ଏକ୍ସପଟ ଦ୍ବାରା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏପରିକି ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡିକରେ ଲୋକଙ୍କୁ ସଚେତନ କରାଯାଉଛି । ବନାଞ୍ଚଳ କର୍ମଚାରୀ ମାନେ ଜଙ୍ଗଲର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଇ ବାଘର ସ୍ଥିତି ଅନୁଧ୍ୟାନ କରାଯାଉଥିବା ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଶୁଭ୍ରାଶୁଚିସ୍ମିତା ମହାପାତ୍ର ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ବନ ବିଭାଗ ଏ ପର୍ଯ୍ୟନ୍ତ ବାଘର କୌଣସି ଫଟୋ ଚିତ୍ର ଉତ୍ତୋଳନ ହୋଇ ନଥିବା ବେଳେ ବାଘକୁ କେହି ଦେଖିନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ଘୃବୁଲୁଥିବା ବାଘର ଫଟୋ ଚିତ୍ର ତାଡୋବା ଟାଇଗର ସଂରକ୍ଷଣ ଜଙ୍ଗଲର ମୋହରଲି ରୋଡ୍ ଚନ୍ଦ୍ରପୁର ଅଞ୍ଚଳର ବୋଲି ଜଣାପଡିଛି । ଯାହାକି ପ୍ରାୟ ତିନି ମାସ ତଳର ପୁରୁଣା ଭିଡିଓ ବୋଲି ମଧ୍ୟ ଜଣା ପଡ଼ିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page