ମୁଖ୍ୟ ଖବର ଦୁର୍ଘଟଣାରେ ପୁଣି ଦୁଇ ମୃତ – ଗୋଟିଏ ଦିନରେ ଦୁର୍ଘଟଣା ନେଲା ୭ ଜୀବନ Angul OnlineMarch 21, 2021March 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ଏକ ଢ଼ାବା ନିକଟରେ ଗୋଟିଏ ଟ୍ରକ ( ଓଡି-୩୫-୦୪୩୪) ଓ ମୋଟରସାଇକେଲ (ଓଡି-୧୯-ଏସ-୯୬୭୫) ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ କମରେଇ ଗାଁର ଦୁଇ ଯୁବକ ମନୋଜ ସାହୁ ଓ ଜ୍ୟୋତି ସାହୁ ମୋଟରସାଇକେଲରେ ଯାଉଥିବା ବେଳେ କଣିହାଁରୁ ଆସୁଥିବା ଏକ ପାଉଁଶ ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଧକ୍କା ଫଳରେ ଉଭୟ ରାସ୍ତାରେ ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ମନୋଜଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଥୀ ଜ୍ୟୋତିକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଳଚେର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ମୃତ ଯୁବକଙ୍କ ପରିବାରଙ୍କୁ କ୍ଷତି ପୂରଣ ଦେବା ଦାବିରେ ରାଜପଥକୁ ଅବରୋଧ କରିଥିଲେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ଆଜି ସକାଳେ ଜରପଡାଠାରେ ଏକ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ମାନେ ହେଲେ ବଲାଙ୍ଗିର ଜିଲ୍ଲା ରାଜଅଗଲଫୁରର ଚନ୍ଦନ ମେହେର ଓ ବବୁଲ ମେହେର , ବରଗଡ ଜିଲ୍ଲା ବିଜେପୁରର ଗୁଣ୍ଡା ମେହେର ଏବଂ ଆମ୍ବୁଲାନ୍ସ ଚାଳକ ବୁର୍ଲ୍ଲା ପିଡବ୍ଲୁଡି କଲୋନୀର ବାବୁଲାଲ ସୁନା । ସେମାନେ ଚିକିତ୍ସା ପାଇଁ କଟକ ଯାଉଥିବା ବେଳେ ଏକ ଗ୍ୟାସ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା । ସେହିଭଳି ଆଜି ଭୋର ସମୟରେ ଚାଇଁପାଳରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ କଙ୍କିଳି ଗାଁ ର ବୋଲି ଜଣା ପଡିଛି । Advertisement
କୋଭିଡ ନିୟମ ଉଲ୍ଲଂଘନ – ମେଡ଼ିସିନ ଦୋକାନ ସିଲ ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଥିବା ଏକ ମେଡ଼ିସିନ ଦୋକାନକୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ସିଲ କରିଛି । ସୂଚନା ଅନୁସାରେ ସୀତାରାମ…
ଗୋଟିଏ ଦିନରେ ରାଜପଥ ନେଲା ଚାରି ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ଚାରି ଜଣଙ୍କ ଜୀବନ ଯାଇଛି । ଏହି ଚାରି ଜଣଙ୍କ ମଧ୍ୟରୁ ଜାତୀୟ ରାଜପଥ ୫…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା – ଶବକୁ ଝଡାଫୁଙ୍କା କଲା ଗୁଣିଆ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶବକୁ ଝଡାଫୁଙ୍କା କଲା ଗୁଣିଆ । ସାପ କାମୁଡିଥିବା ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ଗୁଣିଆ…