ବୋମା ଧରି ଭାଇକୁ ଆକ୍ରମଣ ବେଳେ ନିଜ ହାତରେ ଫୁଟିଗଲା – ପୁଅ ମୃତ, ବାପା ଗୁରୁତର

କଣିହାଁ – ଭାଇ-ଭାଇ ଭିତରେ କଳହ ବେଳେ ବୋମା ଧରି ଗୋଡ଼ାଉ ଥିଲେ । ଏତିକି ବେଳେ ନିଜ ହାତରେ ଫୁଟିଗଲା ବୋମା । ଯାହା ଫଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଅନୁଗୁଳ ଜିଲ୍ଲା ସମଲ ଥାନା ଶିପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ସେହି ଗ୍ରାମର ସରୋଜ ପ୍ରଧାନ ଏବଂ ଗୁରୁତର ପ୍ରବୋଧ ପ୍ରଧାନ ବୋଲି ଜଣା ପଡ଼ିଛି । ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।


ସୂଚନା ଅନୁସାରେ , ସୋମବାର ରାତି ପ୍ରାୟ ସାଢ଼େ ୯ଟାରେ ପ୍ରବୋଧ ଓ ତାଙ୍କ ଭାଇ ତ୍ରିନାଥ ପ୍ରଧାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପ୍ରବୋଧ ତ୍ରିନାଥଙ୍କୁ ଆକ୍ରମଣ କରିଥିଲେ। ଏପରିକି ଘରେ ରଖିଥିବା ବୋମା ଧରି ତାଙ୍କୁ ଗୋଡ଼ାଇଥିଲେ। ଯାହାକୁ ତାଙ୍କ ପୁଅ ସରୋଜ ଅଟକାଇ ବାକୁ ଚେଷ୍ଟା କରିଥିଲେ । ଏତିକି ବେଳେ ଅସାବଧାନତା ଯୋଗୁଁ ବୋମାଟି ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ସରୋଜଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ପ୍ରବୋଧଙ୍କୁ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ ଖମାର ଡାକ୍ତରଖାନାକୁ ନେଇଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page