ଅନୁଗୁଳ – ଛେଳିଆପଡ଼ା ସ୍ଥିତ ରିଜର୍ଭ ଅଫିସର ପରେଡ୍ ଗ୍ରାଉଣ୍ଡରେ ଏସ୍ପି ରାହୁଲ ଜୈନ୍ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ୬୬ ତମ ପୁଲିସ ସହିଦ ସ୍ମୃତି ପାଳନ ଦିବସରେ ଯୋଗ ଦେଇ ଆଇଜି ସତ୍ୟବ୍ରତ ଭୋଇ ନିଷ୍ଠାପର ଭାବେ ଭଲ କାମ କରିବାକୁ ପୁଲିସ୍ ଅଧିକାରୀ ଓ କର୍ମଚାରୀକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଆଇଜି ସମସ୍ତ ସହିଦଙ୍କ ନାମ ପାଠ କରିବା ସହିତ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ। ଏସ୍ ପିଙ୍କ ନେତୃତ୍ୱରେ ଅନୁଗୁଳ ପୁଲିସ୍ର ବୃତ୍ତିଗଡ ଦକ୍ଷତାକୁ ଆଇଜି ପ୍ରଶଂସା କରିଥିଲେ। ଅନୁଗୁଳ ପୁଲିସ୍ ବହୁ ସମ୍ବେଦନଶୀଳ ମାମଲାରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ସେ ପ୍ରକାଶ କରିଥିଲେ । ଅନୁଗୁଳ ପୁଲିସ୍ ଭଲ କାମ କରୁଥିବା ବେଳେ ଆଗକୁ ବହୁତ ଚ୍ୟାଲେଞ୍ଜ୍ ରହିଛି। ସାଇବର ଠକେଇ ଓ ବିଭିନ୍ନ ଅପରାଧର ସଂଜ୍ଞା ବଦଳିବାରେ ଲାଗିଛି। ନୂଆ ଫୌଜଦାରୀ ମାମଲା ଆସିଛି। ଯଦିଓ ଅନେକ ସଫଳତା ମିଳିଛି, ଆଗକୁ ଚ୍ୟାଲେଞ୍ଜ୍ ରହିଥିବାରୁ ଏସ୍ପିଙ୍କ ନେତୃତ୍ବାଧୀନ ଅନୁଗୁଳ ପୁଲିସ୍ ଭଲରେ କାମ କରିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୭ ଜଣ ପୁଲିସ୍ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ପେଶାଲ୍ ସ୍ଟାଡ୍ ଇନ୍ସପେକ୍ଟର ଅୟସ କାନ୍ତ ଜେନା, ହାବିଲଦାର ସନ୍ତୋଷ କୁମାର ସାହୁ, କନେଷ୍ଟବଳ ସତ୍ୟଜିତ ସାହୁ, ହାବିଲ୍ଦାର ସୁଶାନ୍ତ କୁମାର ପାଣିଗ୍ରାହୀ, କନେଷ୍ଟବଲ ଦିଲ୍ଲୀପ କୁମାର ସାହୁ, କନେଷ୍ଟବଲ ଅଶ୍ବିନୀକାନ୍ତ ସାହୁ, ହୋମାଗାଡ୍ ବୈକୁଣ୍ଠ ବେହେରା, ପ୍ରଭାତ ପଣ୍ଡା, ଲକ୍ଷ୍ମଣ ହେମ୍ବ୍ରମ, ଶିଶିର କୁମାର ବେହେରା, ମନୋରଞ୍ଜନ ସାହୁ, ବିଜୟ ବେହେରା, ଗୁଣନିଧି ସାହୁ, ନିତ୍ୟାନନ୍ଦ ଗଡ଼ନାୟକ, ଗଗନ ସାହୁ, ମନୋଜ ଦାସ ଓ ପ୍ରଦୀପ କୁମାର ସାହୁ ପ୍ରମୁଖ ସମ୍ବନ୍ଧିତ ହୋଇଥିଲେ ।
ଆଶ୍ୱିନୀ ପୁଣି ଥରେ ପୁରସ୍କୃତ
ଅନୁଗୁଳ ଜିଲ୍ଲାର ଶ୍ରେଷ୍ଠ କନେଷ୍ଟବଳ ଭାବେ ଅଶ୍ବିନୀକାନ୍ତ ସାହୁ ଆଜି ପୁରସ୍କୃତ ହୋଇଛନ୍ତି । ଛେଳିଆପଡ଼ାରେ ୬୬ ତମ ସହିଦ୍ ଦିବସ ପାଳନ ଅବସରରେ ଅନୁଗୁଳ ଡିଆଇଜି ସତ୍ୟବ୍ରତ ଭୋଇ ତାଙ୍କୁ ଏହି ପୁରସ୍କାର ଦେଇଥିବା ବେଳେ ଏସ୍ପି ରାହୁଲ ଜୈନ ଉପସ୍ଥିତ ଥିଲେ । କନେଷ୍ଟବଳ ଶ୍ରୀ ସାହୁ ୧୦୧୩ ରେ ପୁଲିସ ବିଭାଗରେ ଯୋଗ ଦେଇଥିଲେ । ସେ ଏବେ ଅନୁଗୁଳ ସାଇବର୍ ଥାନାରେ କାର୍ଯ୍ୟରତ ଅଛନ୍ତି । ତାଙ୍କର ଉତ୍ତମ କାର୍ଯ୍ୟ, କର୍ତ୍ତବ୍ୟନିଷ୍ଠ ଓ କର୍ମ ନିପୁଣତା ପାଇଁ ଶ୍ରେଷ୍ଠ କନେଷ୍ଟବଳ ପୁରସ୍କାର ମିଳିଛି। ଅଶ୍ୱିନୀ ନିଜର କାର୍ତ୍ତବ୍ୟନିଷ୍ଠ କାର୍ଯ୍ୟ ପାଇଁ ପୂର୍ବରୁ ମଧ୍ୟ ଅନେକ ଥର ବିଭିନ୍ନ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି ।


