ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମହିଳା ଲାବ ଟେକନିସିଆନଙ୍କୁ ଏକ ତରଫା ପ୍ରେମ କରି ଛେଚା ଖାଇଲେ ପୁରୁଷ ଲାବ ଟେକନିସିଆନ । ଆଉ ପରେ ଏ ନେଇ ସ୍ୱାସ୍ଥ୍ୟ ପ୍ରଶାସନ ନିକଟରେ ମହିଳା କର୍ମଚାରୀ ଜଣଙ୍କର ଅଭିଯୋଗ ପରେ ବୈଠକ ଡକାଯାଇଥିଲା । ହେଲେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଜଣା ପଡ଼ିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁସାରେ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ପୁରୁଷ ଲାବ ଟେକନିସିଆନ ଜଣେ ମହିଳା ଲାବ ଟେକନିସିଆନଙ୍କୁ ଏକ ତରଫା ପ୍ରେମ କରୁଥିଲେ। କିଛି ଦିନ ତଳେ ସେହି ମହିଳା ଲାବ ଟେକନିସିଆନକୁ ପୁରୁଷ ଲାବ ଟେକନିସିଆନ ଅସଦାଚାରଣ କରିଥିଲେ । ମହିଳା ଲାବ ଟେକନିସିଆନ ଜଣଙ୍କ ଏକ ଘଟଣାଟି ଚିକିତ୍ସାଳୟର କୌଣସି କର୍ମଚାରୀଙ୍କୁ ନ ଜଣାଇ ତାଙ୍କ ପୁରୁଷ ବନ୍ଧୁଙ୍କୁ ଜଣାଇ ଥିଲେ । ଏଥିପାଇଁ ଉଭୟ କଥାବାର୍ତ୍ତା ହୋଇ ଇକୋ ପାର୍କକୁ ଆସି ପୁରୁଷ ଲାବ ଟେକନିସିଆନକୁ ପାର୍କକୁ ଡାକି ଥିଲେ। ପାର୍କରେ ପୁରୁଷ ଏବଂ ମହିଳା ଲାବ ଟେକନିସିଆନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ପୁରୁଷ ଲାବ ଟେକନିସିଆନ ମହିଳା ଲାବ ଟେକନିସିଆନଙ୍କ ବନ୍ଧୁଙ୍କ ଠାରୁ ଉତ୍ତମ୍ ମଧ୍ୟମ ଖାଇ ଥିଲେ । କିଛି ବାଟ ନ ପାଇ ପୁରୁଷ ଲାବ ଟେକନିସିଆନ ଜଣଙ୍କ ଭୁଲ ମାଗି ପାର୍କରୁ ଘରକୁ ଆସିଥିଲେ । ପରେ ଏ ଘଟଣା ଚିକିତ୍ସାଳୟରେ ପ୍ରଘଟିତ ହୋଇଥିଲା । ଆଉ ଏହି ଘଟଣାକୁ ନେଇ ଆଜି ଏକ ଚିକିତ୍ସାଳୟ ରେ ବୈଠକ ବସିଥିଲା । ବୈଠକରେ କଣ ହେଲା ତାହା ସ୍ପଷ୍ଟ ଜଣା ପଡି ନାହିଁ । କିନ୍ତୁ ବିଶେଷ ସୂତ୍ରରୁ , କିଛି ଚିକିତ୍ସାଳୟର ଅଧିକାରୀ ଏ ଘଟଣା କୁ ଚାପି ଦେବା ପାଇଁ ଉଦ୍ୟମ କରୁଥିବା ଜଣା ପଡିଛି।

