ମୁଖ୍ୟ ଖବର ପାଗଳା କୁକୁର ଆତଙ୍କ – ୨୭ ରୁ ଉର୍ଦ୍ଧ ଗ୍ରାମବାସୀକୁ ଗୁରୁତର Angul OnlineMarch 21, 2021March 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତଳଗଡ଼ ଗାଁରେ ପାଗଳା କୁକୁର ଆତଙ୍କ । ଏହି ପାଗଳା କୁକୁର ଗାଁର ୨୭ ରୁ ଉର୍ଦ୍ଧ ଲୋକଙ୍କୁ କାମୁଡି ଆହତ କରିଥିବା ଜଣା ପଡିଛି । ଆଉ ଏଭଳି ଘଟଣା ସମଗ୍ର ବନ୍ତଳା ଅଞ୍ଚଳରେ ଆତଙ୍କ ଖେଳାଇଛି । ସୂଚନା ଅନୁସାରେ ଅନୁଗୁଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁରେ ଏକ ପାଗଳ କୁକୁର ଆତଙ୍କ ଖେଳାଇଛି । ରବିବାର ଅପରାହ୍ନ ସମୟରେ ତଳଗଡ଼ ଗାଁରେ ଏହି ପାଗଳ କୁକୁର ହଠାତ ଗାଁର ମହିଳା , ବୃଦ୍ଧ ଓ ଛୋଟଛୋଟ ପିଲା ମାନଙ୍କୁ କାମୁଡି ରକ୍ତାକ୍ତ କରିଦେଇ ଥିଲା । ତଳଗଡ଼ ଗାଁର ନୂଆଁସାହି , ବଡ଼ଦାଣ୍ଡ ସାହି , ଉପରସାହି , ତଳସାହି , ପ୍ରଧାନସାହି , ବାଘମରା ଓ ମୁଣ୍ଡାସାହିର ପ୍ରାୟ ୨୭ ରୁ ଅଧିକ ଲୋକଙ୍କୁ ଏହି ପାଗଳ କୁକୁର କାମୁଡିଥିବା ବେଳେ ଗାଁର କେତେକ ଗୃହପାଳିତ ପଶୁଙ୍କୁ ମଧ୍ୟ କାମୁଡ଼ିଥିବା ଅଭିଯୋଗ ହୋଇଛି । ଗାଁର ଖଗେଶ୍ୱର ସାହୁ, ଉର୍ମିଳା ସାହୁ, ଆଶା ସାହୁ, ବିଦ୍ୟାଧର ଦେହୁରୀ, କ୍ଷୀରୋଦ ଦେହୁରୀ, ରବି ସାହୁ, ରମା ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ଚାଇତା ପ୍ରଧାନ,ଶଶୀ ପ୍ରଧାନ, ମଞ୍ଜୁଲତା ପ୍ରଧାନ, ସୁପ୍ରିୟା ପ୍ରଧାନ ଆଦିକୁ ଏହି ପାଗଳ କୁକୁର କାମୁଡିଥିବା ଅଭିଯୋଗ ହୋଇଛି । ସେହିପରି ଗାଁର କୁନା ସାହୁ ଓ ସୁରେଶ ସାହୁଙ୍କ ଗାଈ , ଖିଜୁ ଦେହୁରୀଙ୍କର ବଳଦ , ଦିବାକର ଦେହୁରୀଙ୍କର ବାଛୁରୀ ଓ ତରୁଣ ବେହରାଙ୍କର ଛେଳିକୁ କାମୁଡି ଆହତ କରିଛି ଏହି ପାଗଳ କୁକୁର। ଏହି କୁକୁର କାମୁଡିବା ପରେ ଗୁରୁତ୍ତର ଆହତ ହୋଇ ଗାଁଲୋକ ପ୍ରଥମେ ବନ୍ତଳା ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । Advertisement
ଜିଲ୍ଲାରେ ଗଡି ନପାରେ ୧୦୮ ଅନୁଗୁଳ – ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ତ୍ବରିତ ଚିକିତ୍ସା ସେବା ଯୋଗାଇବା ପାଇଁ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା । ଚଳିତ ମାସରୁ ଏକ ନୂଆ…
ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଦାବିରେ ଭୁବନେଶ୍ୱରରେ ଧାରଣା ଭୁବନେଶ୍ବର – ତାଳଚେରକୁ ଜିଲ୍ଲା ଘୋଷଣା ଦାବି ଜୋର୍ ଧରିଛି । ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାନସଭା ଆଗରେ ଧାରଣା ଦିଆଯାଇ ତାଳଚେରକୁ ତୁରନ୍ତ…
ଫାଶ ପକାଇ ମାରିଦେଲେ ଦନ୍ତା ହାତୀ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲାର ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଆଠମଲ୍ଲିକ କିଆକଟାର ମୁଣ୍ଡାପଡା ଗାଁ ନିକଟରେ ହାତୀ ମରିଥିବା ଆଜି ସକାଳେ…