ଅନୁଗୁଳ – ଜଣେ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୁକ୍ତ ମାମୁଁକୁ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ୨୫ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ।
ସୂଚନା ଅନୁସାରେ ,ବନ୍ତଳା ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକା ନାବାଳିକାକୁ ତାର ମାମୁଁ ସୁଦିପ ଓରଫ ଟେଙ୍କାରୁ ଗୋଛାୟତ ଅସଦାଚରଣ କରିଥିଲା । ଏହି ଘଟଣା ସମ୍ପର୍କରେ ନାବାଳିକା ନିଜ ବାପାକୁ ଜଣାଇବାପରେ ନାବାଳିକାର ବାପା ଏ ବିଷୟରେ ଗତ ୧୦. ୦୯. ୨୦୨୪ରେ ଅନୁଗୁଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଏତେଲା କୁ ଭିତିକରି ଅନୁଗୁଳ ଥାନାରେ ଦଫା 64(2)(f)/65(2)ବି ଏନ ଏସ ଏବଂ ପୋକସୋ ଆକ୍ଟରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସୁଦିପ ଓରଫ ଟେଙ୍କାରୁ ଗୋଛାୟତକୁ ଥାନା ଅଧିକାରୀ ଧୀରେଶ ଦାସ ଗିରଫ କାରି କୋର୍ଟ ଚାଲାଣ କରିଥିଲେ । ଆଜି ବୁଧବାର ଅନୁଗୁଳ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ବିରଞ୍ଚି ନାରାୟଣ ମିଶ୍ର ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ସୁଦିପ ଓରଫ ଟେଙ୍କାରୁ ଗୋଛାୟତକୁ ୯ ଜଣ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୫ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି । ଏହା ସହିତ ପୀଡିତାକୁ ୭ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ଅର୍ଥ ରାଶି ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଆଡ଼ିଶୀନାଲ ପିପି ପ୍ରଦୀପ କୁମାର ଭୁତିଆ ପରିଚାଳନା କରୁଥିଲେ।

