ଆଇ.ଟି.ଆଇ. କ୍ବାଟରରେ ନିଆଁ – ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆବୋଲ ଠାରେ ଥିବା ସରକାରୀ ଆଇଟିଆଇ କ୍ବାଟରର ଦୁଇ ମହଲା ଘରେ ଲାଗିଲା ନିଆଁ । ରୋଷେଇ କରୁଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟିରୁ ନିଆଁ ଲାଗିଥିବା ସୂଚନା । ଗ୍ୟାସରେ ରୋଷେଇ କରୁଥିବା ବେଳେ ଗ୍ୟାସ ବନ୍ଦ ନକରି ଭୟରେ ତଳକୁ ପଳାଇ ଆସିଲେ ମହିଳା । ଘର ଭିତରେ ଥିବା ବହୁ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ବେଳେ ଏକ ବଡ଼ ଅଘଟଣରୁ ବର୍ତ୍ତିଗଲେ ସେଠାରେ ରହୁଥିବା ୧୦ଟି ପରିବାର ।

ସୂଚନା ଅନୁସାରେ ଆଜି ଭାସ୍କର ନାହାକଙ୍କ ବୋହୁ ସରକାରୀ ଆଇଟିଆଇର କ୍ଵାଟର୍ସର ଦୁଇ ମହଲାରେ ରହି ରୋଷେଇ କରୁଥିବା ସମୟରେ ହଠାତ ବିଦ୍ୟୁତ ସର୍ଟସର୍କିଟରୁ ଏସିରେ ପ୍ରଥମେ ନିଆଁ ଲାଗିଥିଲା। ପରେ ନିଆଁ ସମସ୍ତ ଘର ଭିତରେ ବ୍ୟାପିବାରୁ ଭୟରେ ତାଙ୍କ ବୋହୁ ତଳକୁ ପଳାଇ ଆସିଥିଲେ । ଧୀରେ ଧୀରେ ନିଆଁ ଘରର ସବୁଆଡେ ବ୍ୟାପିବା ସହ ଅନ୍ୟ ଆସବାବ ପତ୍ର‌ରେ ଲାଗିଥିଲା। ଏହି ଅଗ୍ନିକାଣ୍ଡ ଦ୍ବାରା ସମସ୍ତ କ୍ବାଟର୍ସ ଗୁଡ଼ିକ ଧୂଆଁ ମୟ ହୋଇଯାଇଥିଲା। ଭୟରେ ସେଠାରେ ରହୁଥିବା ଲୋକମାନେ ମଧ୍ୟ ତଳକୁ ପଳାଇ ଆସିଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ରୋଷେଇ ଘରେ ଲାଗିଥିବା ଗ୍ୟାସକୁ ବନ୍ଦ କରିଥିଲେ । ଏଥିରେ ଭାସ୍କର ନାହାକଙ୍କର ଘର ପ୍ରିଜ, କୁଲର, ଏସି ସହିତ ଅନ୍ୟ ସମସ୍ତ ଆସବାବ ପତ୍ର ନିଆଁ ଲାଗିଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ହେବ ବୋଲି ଆକଳନ କରାଯାଉଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page