ସ୍ୱାଧୀନତା ଆନ୍ଦୋଳନରେ ସହିଦ ଓ ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଡାକ ଟିକଟ ପ୍ରଚଳନ ପାଇଁ ପାର୍ଲିଆମେଣ୍ଟରେ ସାଂସଦଙ୍କ ଦାବୀ

ଅନୁଗୁଳ – ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି (ଗୁରୁବାର) ପାର୍ଲିଆମେଣ୍ଟରେ ସ୍ୱାଧୀନତା ସଂଗ୍ରାମରେ ସହିଦ ମାନଙ୍କ ନାମରେ ସ୍ମାରକୀ ଡାକ ଟିକଟ ପ୍ରଚଳନ ପାଇଁ ଦାବୀ ଉପସ୍ଥାପନ କରିଛନ୍ତି । ଓଡିଶାର ବହୁ ସ୍ୱାଧୀନତା ସଂଗ୍ରାମୀ ନିଜର ଜୀବନ ଦେଇଥିବା ବେଳେ ,ସେମାନଙ୍କୁ ସଠିକ ସମ୍ମାନ ମିଳିନାହିଁ ବୋଲି ସାଂସଦ ପାଣି ପାର୍ଲିଆମେଣ୍ଟରେ କହିଛନ୍ତି ।

ସ୍ମାରକୀ ଡାକ ଟିକଟ ପ୍ରଚଳନ କ୍ଷେତ୍ରରେ ଓଡିଶା ପ୍ରଦେଶକୁ ଅବହେଳା ପ୍ରଦର୍ଶନ କରାଯାଇଛି ବୋଲି ସେ କହିଥିଲେ । ସ୍ୱାଧୀନତା ଆନ୍ଦୋଳନରେ ସବୁଠୁ କମ ବୟସରେ ୧୨ ବର୍ଷରେ ସହିଦ ହୋଇଥିବା ଢେଙ୍କାନାଳ ଜିଲ୍ଲାର ବାଜି ରାଉତ, ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ବୈଷ୍ଣବ ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ଓ ଅନୁଗୁଳର ସ୍ୱାଧୀନ ରାଜା ତଥା ସ୍ୱତନ୍ତତା ସେନାନୀ ସୋମନାଥ ସିଂହ ଜଗଦେବଙ୍କ ନାମରେ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ପ୍ରଚଳନ କରିବା ପାଇଁ ସାଂସଦ ପାଣି ପାର୍ଲିଆମେଣ୍ଟରେ ଦାବୀ ଉପସ୍ଥାପନ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page