ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଝାଙ୍ଗୁରୁମୁଣ୍ଡାରୁ ଆଜି ୧୧ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ ଝାଙ୍ଗୁରୁମୁଣ୍ଡାର ଗାଁ ମୁଣ୍ଡରେ ଏକ ବିରାଟ ସାପ ଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ । ସାପ ଦେଖି ଗାଁ ଲୋକ ଭୟଭୀତ ହେବା ସହ ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟ ହିମାଂଶୁ ଦେହୁରୀ , ସୁବ୍ରତ ବେହେରା ଓ ବିକାଶ ସାହୁଙ୍କୁ ଖବର ଦେଇଥିଲେ । ଖବର ପାଇ ତିନି ଜଣ ଘଟଣା ସ୍ଥଳରେ ପହଞ୍ଚି ଅତି ସାବଧାନତା ସହ ସାପଟିକୁ କାବୁ କରିଥିଲେ । ସାପଟି ୧୧ ଫୁଟ ଲମ୍ବର ହୋଇଥିବା ବେଳେ ମୋଟେଇ ପ୍ରାୟ ୧୪ ଇଞ୍ଚ ରହିଥିଲା । ସାପଟିକୁ ଉଦ୍ଧାର ପରେ ଡ଼ଙ୍ଗାପାଳ ଫରେଷ୍ଟରଙ୍କ ଉପସ୍ଥିତିରେ ଏକ ସୁରକ୍ଷିତ ସ୍ଥାନରେ ଛଡା ଯାଇଥିଲା ।

