ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢାପଙ୍କ ଗ୍ରାମରେ ଘଟିଛି ଏକ ଅଘଟଣ । ବିଦ୍ୟୁତ୍ ଆଘାତରେ ଦମ୍ପତିଙ୍କର ମୃତ୍ୟୁ ଘଟିଛି । ମୃତ ଦୁଇ ଜଣ ହେଲେ ବୁଢାପଙ୍କ ଗ୍ରାମର ରଥ ନାଏକ ଏବଂ ତାଙ୍କ ସ୍ତ୍ରୀ କାଗଜ ନାଏକ ବୋଲି ଜଣା ପଡିଛି ।

ସୂଚନା ଅନୁସାରେ, ବୁଢାପଙ୍କ ଗ୍ରାମର ରଥ ନାଏକ ଏବଂ ତାଙ୍କ ସ୍ତ୍ରୀ କାଗଜ ନାଏକଙ୍କର ଘର ବାହାରେ ଏକ ଘର ତିଆରି କରୁଛନ୍ତି । ମଙ୍ଗଳବାର ଅପରାହ୍ନ ସମୟରେ ସେହି ତିଆରି ଚାଲିଥିବା ଘରେ ପାଣି ପକାଇ ସଫା କରୁଥିଲେ । ସେହି ଘର ଭିତରେ ଏକ ତାର ପଡି ଥିବା ସେ ଜାଣି ପାରି ନଥିଲେ । ପାଣି ପଡିବା ଫଳରେ ସଟ୍ ସର୍କିଟ୍ ହୋଇ ରଥଙ୍କ କରେଣ୍ଟ ଲାଗିଥିଲା । ରଥଙ୍କୁ କରେଣ୍ଟ ମାରୁଥିବା ଦେଖି କାଗଜ ଛଡାଇବା ପାଇଁ ଆସି ତାଙ୍କୁ ମଧ୍ୟ କରେଣ୍ଟ ମାରିଥିଲା । ଯାହା ଫଳରେ ଦୁହେଁ ଗୁରୁତର ହୋଇ ଯାଇଥିଲେ । ପରିବାର ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ଦୁହିଁଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବଅଁରପାଳ ପୁଲିସ ପହଁଚି ତଦନ୍ତ ଆରମ୍ବ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ୟବଚ୍ଛେଦ ଗୃହରେ ଦୁଇ ମୃତ ଶରୀରକୁ ରଖିଛନ୍ତି ।

