ଟ୍ରକ ଧକ୍କାରେ ଜଳିଗଲେ ବାଇକ ଚାଳକ

କଣିହାଁ – ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସମାକୋଇ ବ୍ରିଜ ଉପରେ ବାଇକ୍ କୁ ଧକ୍କା ଦେଲା ଟ୍ରକ୍। ଯାହା ଫଳରେ ଜଣେ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ, ଜଣେ ଗୁରୁତର ହୋଇଛନ୍ତି । ମୃତ ଜଣଙ୍କ ହେଲେ ହେଲେ ତୁରଙ୍ଗ ଗ୍ରାମର ଦୁଖବନ୍ଧୁ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ(୨୭) ଏବଂ ଗୁରୁତର ଜଣଙ୍କ ହେଲେ ରାଜକିଶୋରପଡା ଅଞ୍ଚଳର କଷ୍ଟୁ ସାହୁ ଙ୍କ ପୁଅ ରଞ୍ଜନ ସାହୁ ବୋଲି ଜଣା ପଡିଛି ।

ସୂଚନା ଅନୁସାରେ, ଦୀପକ ଏବଂ ରଞ୍ଜନ କୌଣସି କାମରେ ବାଇକ୍ ଯୋଗେ ପାଲଲହଡ଼ା ଯାଉଥିବା ବେଳେ ସମାକୋଇ ବ୍ରିଜ ଉପରେ ପଛରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଯାହା ଫଳରେ ଟ୍ରକଟି ବାଇକ୍ କୁ କିଛି ବାଟ ଘୋଷାଡ଼ି ନେଇ ଟ୍ରକ ପଳାଇ ଯାଇଥିଲା । ବାଇକ୍ କୁ ଟ୍ରକ୍ ଘୋଷାଡ଼ିବା ବେଳେ ବାଇକ୍ ଟି ନିଆଁ ଲାଗି ଜଳି ଯାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଦୀପକଙ୍କର ମୃତ୍ୟୁ ହୋଇ ଥିବା ବେଳେ ରଞ୍ଜନ ଗୁରୁତର ହୋଇ ଯାଇଥିଲେ। ଖବର ପାଇ ସମଲ ପୋଲିସ ପହଁଚି ମୃତାହତଙ୍କୁ ଉଦ୍ଧାର କରି ତାଳଚେର ମେଡିକାଲରେ ଭର୍ତ୍ତି କରିଥିଲେ। ରଞ୍ଜନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପୁଲିସ ଦୁର୍ଘଟଣାର ଅଧିକ ତଦନ୍ତ କରୁଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page