ଅନୁଗୁଳ – ଓଡ଼ିଶା-ଆନ୍ଧ୍ରପ୍ରଦେଶ-ଉତ୍ତରପ୍ରଦେଶ ତିନୋଟି ଦଳକୁ ନେଇ ଆରମ୍ଭ ହୋଇଯାଇଅଛି ଜାତୀୟ ମୂକ ବଧିର ଟ୍ରାଏ୍ ସିରିଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଅନୁଷ୍ଠାନିକ ଭାବେ ଉଦଘାଟନ୍ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ଓ ଜିନ୍ଦଲ୍ ସାମାଜିକ ଦାୟିତ୍ୱବୋଧ ବିଭାଗ ମୁଖ୍ୟ ପ୍ରବନ୍ଧକ ଜୟନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଉଦଘାଟନୀ ମ୍ୟାଚ ଓଡ଼ିଶା ସହିତ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆନ୍ଧ୍ର ପ୍ରଦେଶ ଟସ ଜିତି ପ୍ରଥମେ ଫିଲଡିଂ କରିବାର ନିଷ୍ପତି ନେଇଥିଲା । ଯେଉଁଥିରେ ୩୦ ଓଭରରେ ୮ ଓ୍ବିକେଟ୍ ହରାଇ ୨୨୩ ରନ୍ ସଂଗ୍ରହ କରିଥିବା ବେଳେ ଆନ୍ଧ୍ର ପ୍ରଦେଶ ଦଳ ୨୨ ଓଭର ୨ ଗୋଟି ବଲରେ ସମସ୍ତ ଓ୍ବିକେଟ୍ ହରାଇ ମାତ୍ର ୭୬ ରନ୍ ସଂଗ୍ରହ କରି ପରାଜୟ ହୋଇଥିଲେ । ଓଡ଼ିଶା ଦଳ ବ୍ୟାଟ୍ସମ୍ୟାନ ସିବୁନ୍ ନନ୍ଦ ୪୨ ବଲରେ ୫୦ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ଓସିଏ ପ୍ୟାନେଲ୍ ଏମ୍ପାୟର ଜୟକୃଷ୍ଣ ରାଉତ, ଅଭିଷେକ ସାହୁ ମ୍ୟାଚ୍ ପରିଚାଳନା କରିଥିଲେ।ଏହି ଟ୍ରାଏ୍ ସିରିଜି ଆସନ୍ତା ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।
ଅନୁଗୁଳ ବଧିର ସଂଘ ସଭାପତି ପର୍ଶୁରାମ ଦାଶ,ଓଡ଼ିଶା ବଧିର କ୍ରିକେଟ୍ ଆସୋସିଏସନ୍ ସମ୍ପାଦକ ସାଗରକାନ୍ତ ସେନାପତି, ଉପସଭାପତି ଦ୍ବିତୀ କୃଷ୍ଣ ମିଶ୍ର,ଆସ୍ଥା ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ପ୍ରିନ୍ସପାଲ୍ ଶର୍ମିଳା ଶୁଭ୍ର ମନ୍ୟମ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

