୩୪ ଗ୍ରାମ ବ୍ରାଉନ ସୁଗାର ଜବତ, ୭ ଅଟକ

ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଟାଉନ ହାଇସ୍କୁଲ ସମ୍ମୁଖ ପୌରପାଳିକା ଭେଣ୍ଡିଂ ଜୋନ୍ ଠାରୁ ୩୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅନୁଗୁଳ ପୁଲିସ । ଏହି ଘଟଣା ରେ ୭ ଜଣଙ୍କୁ ପୁଲିସ ଅଟକ ରଖିଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ, ଆଜି ଦିନ ଦ୍ବିପ୍ରହର ବେଳେ ବ୍ରାଉନ ସୁଗାରକୁ ଚିଟ୍ ମାଧ୍ୟମରେ ପୁଡ଼ିଆ କରି ସହରରେ ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ ଟାଉନ ପୁଲିସ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ୭ ଜଣଙ୍କୁ ଅଟକ ରଖି ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ବ୍ରାଉନସୁଗାର ଜବତ ହୋଇଥିଲା । ଏହା ସହ ୭ ଗୋଟି ମୋବାଇଲ ଫୋନ ୨୨୦୦ ଟଙ୍କା ଏବଂ ଚିଟ୍ ପେପରକୁ ପୁଲିସ ଜବତ କରିଥିଲା । ଏହି ବେପାରୀ ମାନେ ବାଲେଶ୍ୱର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଅନୁଗୁଳର ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିବା ପୁଲିସ ଜାଣିବାକୁ ପାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page