ପାଞ୍ଚ ବ୍ରାଉନସୁଗାର ବେପାରୀଙ୍କୁ କାବୁ କଲା ପୁଲିସ – ବ୍ରାଉନସୁଗାର ସହ ଟଙ୍କା ଜବତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗାଡ଼ରଖାଇ ଠାରେ ଥିବା ନାଲକୋ ଆଲୁମିନିୟମ ପାର୍କ ଅଞ୍ଚଳରୁ ୫ ଜଣ ବ୍ରାଉନସୁଗାର ବେପାରୀଙ୍କୁ ସ୍ପେଶାଲ ସ୍କ୍ୱାର୍ଡ ଓ ବଅଁରପାଳ ଥାନା ପୁଲିସ କାବୁ କରିଛି ।

ସୂଚନା ଅନୁସାରେ , ସ୍ପେଶାଲ ସ୍କ୍ୱାର୍ଡ ଏବଂ ବଅଁରପାଳ ପୁଲିସ ବିଶେଷ ସୂତ୍ରରୁ ଆଲୁମିନିୟମ ପାର୍କ ଅଞ୍ଚଳରେ କିଛି ଯୁବକ ବ୍ରାଉନସୁଗାର ବେପାର କରୁଥିବା ଖବର ପାଇଥିଲେ । ଖବର ମିଳିବା ପରେ ଅନୁଗୁଳ ଏସ ପି ରାହୁଲ ଜୈନଙ୍କ ନିର୍ଦେଶରେ ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହଙ୍କ ନେତୃତ୍ଵରେ ପୁଲିସ ଆଲୁମିନିୟମ ପାର୍କ ଅଞ୍ଚଳରେ ବ୍ରାଉନ ସୁଗାର ବେପାର କରୁଥିବା ବେଳେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ସେଠାରେ ଥିବା ୫ ଜଣ ଯୁବକଙ୍କୁ କାବୁ କରି ନେଇଥିଲା। ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ଠାରୁ ୭ ଗ୍ରାମରୁ ଉର୍ଦ୍ଧ ବ୍ରାଉନସୁଗାର ଜବତ କରିବା ପରେ ସେମାନଙ୍କୁ ପୁଲିସ ଗିରଫ କରିଥିଲା । ଏହା ସହ ୩୩ ହଜାର ଟଙ୍କା, ୭ ଟି ମୋବାଇଲ ଫୋନ, ଏକ ସ୍କୁଟି ପୁଲିସ ଜବତ କରିଛି ।  ଅଭିଯୁକ୍ତ ମାନେ ହେଲେ ସୁଭାସିସ ସାହୁ, ଚିନ୍ମୟ ସାହୁ, ଦେବାଶିଷ ସାହୁ, ଆଶୁତୋଷ ନାଏକ, ସୁବର୍ଣ୍ଣ ବେହେରା ବୋଲି ଜଣା ପଡିଛି । ଏହି ପାଞ୍ଚ ଜଣ କନିଆବେଡା ଓ ତାଳଚେର ବଲଣ୍ଡା ଅଞ୍ଚଳର । ଆଜି ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯିବ ବୋଲି SDPO ରମାକାନ୍ତ ମାହାଳିକ ଏକ ସାମ୍ବାଦିକ ସମ୍ମିଳନୀରେ କହି ଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page