ଛେଣ୍ଡିପଦା – ଓଡ଼ିଶାରେ ନିଶା କାରବାର ବିରୋଧରେ ସାରା ରାଜ୍ୟ ବ୍ୟାପି ଅଭିଯାନ “ଅପରେସନ ପ୍ରହାର ” ଜରିଆରେ ପୁଲିସ ତୀକ୍ଷ୍ଣ ନଜର ରଖିଛି l ଅନୁଗୋଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଓ ଅନୁଗୋଳ ସ୍ପେସିଆଲ ସ୍କ୍ବା଼ର୍ଡ ମିଳିତ ଭାବେ ଜଙ୍ଗଲ ଜାମୁଣ୍ଡାରେ ଥିବା ଟ୍ରକ ପାର୍କିଙ୍ଗରେ ଚଢ଼ାଉ କରିଥିଲେ । ଚଢାଉ ବେଳେ ଚାଲାଣ ପାଇଁ ଗଞ୍ଜେଇ ଏକ ଟ୍ରକରେ ଲୋଡିଂ ହେଉଥିବା ଜାଣି ଜାଞ୍ଚ କରିଥିଲେ । ଜାଞ୍ଚ ବେଳେ ଟ୍ରକରୁ ୬୩ଟି ଜରି ବସ୍ତାରେ ଥିବା ୧୫ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତ ହୋଇଥିଲା l ପୁଲିସ ଟ୍ରକର ଚାଳକକୁ ଗିରଫ କରିଥିବା ବେଳେ ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧କୋଟିରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି l ଗିରଫ ଯୁବକ ଜଣଙ୍କ ହେଲେ ଜରପଡା ଥାନା ଦୁର୍ଗାପୁର ଗାଁ ର ଟିକନ ବେହେରା l

ସୂଚନା ଅନୁସାରେ, ନିଶା ଶିଳ୍ପାଞ୍ଚଳ ଥାନା ଜଙ୍ଗଲ ଜାମୁଣ୍ଡା ଟ୍ରକ ପାର୍କିଂରୁ ବିଭିନ୍ନ ରାଜ୍ୟକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଅନୁଗୋଳ ସ୍ପେସିଆଲ ସ୍କ୍ବାର୍ଡ ଖବର ପାଇ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ସହାୟତାରେ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ପୁଲିସକୁ ଦେଖି କିଛି ମାଫିଆ ଫେରାର ହୋଇଯାଇଥିବା ବେଳେ ଓଡି ୧୫ ସି ୩୦୧୧ ଟ୍ରକର ଚାଳକକୁ ପୁଲିସ ଅଟକ ରଖି ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଟ୍ରକକୁ ଜାଞ୍ଚ କରିବା ପରେ ଟ୍ରକରୁ ୬୩ଟି ଜରି ବ୍ୟାଗରେ ୧୫କୁଇଣ୍ଟାଲ ୭୩କିଗ୍ରା ୨୦୦ଗ୍ରାମ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଥିଲେ l ଉକ୍ତ ଗଞ୍ଜେଇକୁ ଫୁଲବାଣୀରୁ ଅଣାଯାଇ ଟ୍ରକ ପାର୍କିଙ୍ଗରେ ଝାଡଖଣ୍ଡ ସମେତ ବିଭିନ୍ନ ରାଜ୍ୟକୁ ଚଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା l ପୁଲିସ ନିଶା ଶିଳ୍ପାଞ୍ଚଳ ଥାନାରେ କେସ ନଂ ୫୧/୨୫ରେ ପୋଲିସ NARCOTIC DRUGS AND PSYCHOTROPIC SUBSTANCES ACT,1985-20(b)(ii)C/29 ଅନୁଯାୟୀ ଚାଳକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି l ତେବେ ଏହି ଗଞ୍ଜେଇ ବ୍ୟବସାୟରେ କିଏ କିଏ ଜଡିତ ଅଛନ୍ତି ସେ ନେଇ ପୁଲିସ ତଦନ୍ତ ଚଳାଇଛି l


