ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନାର ବାଲିପଟା ଗାଁ କୁସୁମ ସାହିରେ ଯୁବକଙ୍କ ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି ।ପାରିବାରିବାରିକ କଳହକୁ ନେଇ ଯୁବକ ଜଣଙ୍କ ଛେଳି କୋଠିରେ ନିଆଁ ଲଗାଇ ଦେବା ସହ ଏକ ଗାଈକୁ ପିଟିପିଟି ମାରିଦେଇଛି ।

ସୂଚନା ଅନୁସାରେ ,ବାଲିପଟା କୁସୁମସାହିର ଟୁକୁନା ମାଝୀ ନାମକ ଜଣେ ଯୁବକ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଆଜି କୌଣସି ଏକ ଘଟଣାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ଦେଖି ଟୁକୁନାଙ୍କର ବାପା ମା ବାରଣ କରିବାରୁ ,ଟୁକୁନା ମାଡପିଟ କରିବା ସହିତ ଛେଳି ବନ୍ଧା ଯାଇଥିବା ଘରକୁ ନିଆଁ ଲଗାଇ ଦେଇଥିଲେ । ଗ୍ରାମବାସୀ ମାନେ ଏହା ଦେଖି ସାଙ୍ଗେ ସାଙ୍ଗେ ନିଆଁକୁ ଲିଭାଇ ଦେଇଥିବା ବେଳେ ଟୁକୁନା ଗୁହାଳରେ ବନ୍ଧା ଯାଇଥିବା ଏକ ବଡ଼ ଗାଈକୁ ନିସ୍ତୁକ ମାଡ଼ ମାରିଥିଲା । ଗାଈଟି ନିସ୍ତେଜ୍ ହୋଇଯିବା ପରେ ମଧ୍ୟ ଟୁକୁନା ତାକୁ ଛାଡ଼ି ନଥିଲା । ଗାଈର ତଣ୍ଟି ଉପରେ ଛିଡା ହୋଇ ଗାଈକୁ ପିଟି ପିଟି ମାରିଦେଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ୧୧୨କୁ ଫୋନ କରି ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଛେଣ୍ଡିପଦା ଥାନା ପୁଲିସ ସଦଳବଳେ ବାଲିପଟା ଗାଁରେ ପହଁଚି ଟୁକୁନାକୁ ଗିରଫ କରି ଥାନାକୁ ଆଣି ପଚାର ଉଚରା ଚଳାଇଛନ୍ତି ।

