ଅନୁଗୋଳ – ସ୍ଥାନୀୟ ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ବିଂଶତିତମ ବାସନ୍ତୀ ଦୁର୍ଗାପୂଜା ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।କଟକର ପ୍ରସିଦ୍ଧ କାରିଗର ଶିତନ୍ କୁମାର ବେହେରା ଏବଂ ତାଙ୍କ ସହଯୋଗୀ ମୂର୍ତ୍ତି ତିଆରି କରୁଛନ୍ତି । ଚଳିତ ବର୍ଷ ପୂଜାକୁ ସରସ ସୁନ୍ଦର କରିବା ପାଇଁ କମିଟି ପକ୍ଷରୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ମାର୍ଚ୍ଚ ୨୪ ତାରିଖ ଦିନ ମା’ଙ୍କ ବିଲ୍ୱବରଣ, ଅଧିବାସ,ସନ୍ଧ୍ୟାରେ ବ୍ରହ୍ମା କୁମାରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ,୨୫ ତାରିଖ ଦିନ ଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଅପରାହ୍ନ ରେ ବାଳିକା କବାଡି ଓ ପରେ ସାଂସ୍କୃତିକ ବିଚିତ୍ରା ଓ ମହାସପ୍ତମୀ ପୂଜା,୨୬ ତାରିଖ ଦିନ ମହାଷ୍ଟମୀ ପୂଜା, ଅପରାହ୍ନରେ ମାର୍ଶାଲ ଆର୍ଟ ପ୍ରଦର୍ଶନ, ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ୨୭ ତାରିଖ ଦିନ ମହା ନବମୀ ପୂଜା,ନବ କୁମାରୀ ପୂଜା, ପୂର୍ବତନ ସୈନିକ ସଂଘ ଓ ବାସନ୍ତୀ ଭଲିବଲ୍ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଓ ସନ୍ଧ୍ୟାରେ ସାମୂହିକ ଦାଣ୍ଡିଆ ଅନୁଷ୍ଠିତ ହେବ । ୨୮ ତାରିଖ ଦିନ
ପୂର୍ଣ୍ଣାହୁତି, ଘଟ ବିସର୍ଜନ ସନ୍ଧ୍ୟାରେ ମେଲୋଡି ଓ ୨୯ ତାରିଖ ଦିନ ଭସାଣି ସମାରୋହ ଅନୁଷ୍ଠିତ ହେବ।ପୂଜା ସମୟରେ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ପିଲାଙ୍କ ପାଇଁ ଦୋଳି, ଫନ୍ ପ୍ଲେ,ଫୁଡ୍ ଷ୍ଟଲ୍ ଏବଂ କମିଟି ପକ୍ଷରୁ ପ୍ରତିଦିନ ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରହିବ।
କମିଟି ର ୨୦ ବର୍ଷର ସ୍ମୃତିରେ ଫଟୋ ପ୍ରଦର୍ଶନୀ ମଧ୍ୟ ରହିବ ବୋଲି କମିଟି ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ , ସମ୍ପାଦକ ଅନୂପ କୁମାର ମହାନ୍ତି,ଉପ ସଭାପତି ଯତୀନ ସେଠୀ,ସହ ସମ୍ପାଦକ ଗୋପାଳ ରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ତାପସ ରଞ୍ଜନ ରାୟ,ରଶ୍ମି ରଞ୍ଜନ ପ୍ରଧାନଙ୍କ ସମେତ ଉପଦେଷ୍ଟା ଆଇନଜୀବୀ ପ୍ରଦୀପ କୁମାର ଦେବତା ଏକ ପ୍ରେସ ବାର୍ତ୍ତା ରେ ଜଣାଇଛନ୍ତି ।

