ଅନୁଗୁଳ – ଯେତେବେଳେ ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ୍ ନିର୍ଣ୍ଣୟ ହେଉଥିବା ଦ୍ୱାଦଶ ବୋର୍ଡ ପରୀକ୍ଷା ଚାଲିଛି, ସେତେବେଳେ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ଏହା କେବଳ ଅବହେଳା ନୁହେଁ, ବରଂ ଗଭୀର ପ୍ରଶାସନିକ ଅସଂବେଦନଶୀଳତାର ପ୍ରମାଣ । ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛି National Commission for Protection of Child Rights (NCPCR) । e-Balnidaan ମାଧ୍ୟମରେ ପ୍ରାପ୍ତ ଅଭିଯୋଗ ଅନୁସାରେ, ADCCI ବିଜୁ ମୈଦାନରେ ଯାହା ରୋଟାରୀ ପବ୍ଲିକ୍ ସ୍କୁଲ୍ ସମ୍ମୁଖରେ ଏକ ବଡ଼ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଯାହାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଥିଲେ । ପରୀକ୍ଷା ସମୟରେ ଏପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଏକାଗ୍ରତାକୁ ବିଘ୍ନ କରିପାରେ ବୋଲି ଅଭିଯୋଗରେ ଉଲ୍ଲେଖ ହୋଇଛି

ପରୀକ୍ଷା ସମୟରେ ଶାନ୍ତି, ନିୟନ୍ତ୍ରଣ ଓ ଛାତ୍ରଛାତ୍ରୀଙ୍କ ଏକାଗ୍ରତା ସର୍ବପ୍ରଥମ ହେବା ଦରକାର । କିନ୍ତୁ ଅନୁଗୁଳରେ ଘଟିଥିବା ଏହି ଘଟଣା ପ୍ରଶାସନର ପ୍ରାଥମିକତାକୁ ପ୍ରଶ୍ନ କରିଛି । ଏଥିପାଇଁ NCPCR ସ୍ପଷ୍ଟ ଭାବେ ଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଓ ଘଟଣାର ପୂର୍ଣ୍ଣ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । National Commission for Protection of Child Rights (NCPCR) ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଜିଲ୍ଲା ପ୍ରଶାସନଙ୍କୁ ଜବାବ ମାଗିଛନ୍ତି ।
ଶିଶୁ ଅଧିକାର ସୁରକ୍ଷା ପାଇଁ କାମ କରୁଥିବା ଏହି ସଂସ୍ଥା ସ୍ପଷ୍ଟ କରିଛି ଯେ, ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ହିତକୁ ସର୍ବୋପରି ରଖିବା ଜରୁରୀ । ଏହି ପରିପ୍ରେକ୍ଷିରେ, ଆୟୋଗ ଜିଲ୍ଲାପାଳଙ୍କୁ ତତ୍କାଳ ଯଥାଚିତ ପଦକ୍ଷେପ ନେବାକୁ ଓ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ।

