ଇନ୍ସପେକ୍ଟର ସ୍ତରରେ ଅଦଳ ବଦଳ , ଛେଣ୍ଡିପଦା ଓ ତାଳଚେର ଥାନା ଅଧିକାରୀଙ୍କ ମଧ୍ୟ ବଦଳି

ଅନୁଗୁଳ – ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନିର୍ଦେଶରେ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି । ଏହି ଆଦେଶ ଅନୁଯାୟୀ ୭ ଜଣ ଇନ୍ସପେକ୍ଟରଙ୍କ ବିଭିନ୍ନ ଥାନାରୁ ଅନ୍ୟ ଥାନାକୁ ବଦଳି କରାଯାଇଛି । ଆରକ୍ଷୀ ଅଧିକ୍ଷକଙ୍କ ଆଦେଶ ଅନୁସାରେ ତାଳଚେର ଥାନା ଇନ୍ସପେକ୍ଟର ଦିଗବିଜୟ ବିଶ୍ୱାଳଙ୍କୁ ଛେଣ୍ଡିପଦା ଥାନାକୁ ବଦଳି କରାଯାଇଛି । ଛେଣ୍ଡିପଦା ଥାନା ଇନ୍ସପେକ୍ଟର ବିଭୁଦତ୍ତ ରାଉତରାୟଙ୍କୁ ତାଳଚେର ଥାନା ବଦଳି କରାଯାଇଛି । ଆଠମଲ୍ଲିକ ଥାନାର ଇନ୍ସପେକ୍ଟର ସନ୍ତୋଷ ସେଠୀଙ୍କୁ ଠାକୁରଗଡ଼ ଥାନା , ହେଡ କ୍ବାର୍ଟରରୁ ଇନ୍ସପେକ୍ଟର ସ୍ୱରୂପ କିଷାନଙ୍କୁ ଆଠମଲ୍ଲିକ ଥାନା , ଠାକୁରଗଡ଼ ଥାନାରୁ ଇନ୍ସପେକ୍ଟର ଶଶି ଭୂଷଣ ବେହେରାଙ୍କୁ ତାଳଚେର ଥାନାର ଅତିରିକ୍ତ ଥାନା ଅଧିକାରୀ ଭାବେ , ଗୋପାଳପ୍ରସାଦ ଥାନାର ଇନ୍ସପେକ୍ଟର ସରୋଜ କୁମାର ନାଏକଙ୍କୁ ଜିଲ୍ଲା ହେଡ କ୍ବାଟରକୁ ଏବଂ ତାଳଚେର ଥାନାର ଅତିରିକ୍ତ ଥାନା ଅଧିକାରୀ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଶ୍ୟାମଲାଲ ଓରାମଙ୍କୁ ଠାକୁରଗଡ଼ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page