ଓପିଟିସିଏଲରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରୀ

ଅନୁଗୁଳ- ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଓପିଟିସିଏଲ ପାୱାର ସବ୍ ଷ୍ଟେସନରୁ ଟ୍ରାନ୍ସଫରମର ଭାଙ୍ଗି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଲୁଟ୍ ହୋଇଛି। ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ୪  ଜଣଙ୍କୁ ଅଟକ ରଖି ଛାନଭିନ ଚଳାଇଛି।

ସୂଚନା ଅନୁସାରେ ରେଙ୍ଗାଳି ଥାନା ଅଧୀନ ଓପିଟିସିଏଲ ପାୱାର ସବ୍ ଷ୍ଟେସନରେ ଦୁର୍ବୃତ୍ତମାନେ ପଶି ଟ୍ରାନ୍ସଫରମର ତାଡି ଭିତରେ ଥିବା କପର ତାର କଏଲ, ତେଲ ଓ ଅନ୍ୟ ଦାମୀ ଯନ୍ତ୍ରାଂଶ ଲୁଟି ନେଇଛନ୍ତି। ଚୋରୀ ହୋଇଥିବା ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।କର୍ମଚାରୀମାନେ ଡ୍ୟୁଟିକୁ ଆସି ଚୋରୀ ସମ୍ପର୍କରେ ଜାଣିବା ପରେ ରେଙ୍ଗାଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ୧୧୯/୨୬ରେ ଏକ ମାମଲା ରୁଜୁ କରି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ସନ୍ଦେହରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ତେବେ କଡା ସୁରକ୍ଷା ମଧ୍ୟରେ ଟ୍ରାନ୍ସଫର ରହୁଥିବା ବେଳେ କିପରି ଚୋରୀ ହେଲା ସେ ନେଇ ପୁଲିସ ଛାନଭିନ ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page