ବ୍ରାଉନସୁଗାର ସହ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ – ୪ ଅଟକ

ଅନୁଗୁଳ – ୧୦ ଗ୍ରାମ ବ୍ରାଉନ ସୁଗାର ସହ ୩୦ ଲକ୍ଷ ରୁ ଅଧିକ ଟଙ୍କା ଜବତ । ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ରାଜ ନଗର ସାହି ରୁ ଆଜି ଏହି ୧୦ ଗ୍ରାମ ବ୍ରାଉନ ସୁଗାର ସହ ୩୦ ଲକ୍ଷ ରୁ ଅଧିକ ଟଙ୍କା ଜବତ କରିବା ସହ ତିନି ଜଣ ପୁରୁଷ ଏବଂ ଜଣେ ମହିଳା ଙ୍କୁ କାବୁ କରିଛି ପୋଲିସ। ସୂଚନା ଅନୁସାରେ , ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଗ୍ରାମ ରାଜନଗର ସାହିରେ ବ୍ରାଉନସୁଗାର କାରବାର କରାଯାଉ ଥିବା ପୋଲିସ ଖବର ପାଇଥିଲା । ଯାହା ଫଳରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନେତୃତ୍ଵରେ ସ୍ପେସିଆଲ ସ୍କ୍ୱାର୍ଡ ଏବଂ ଟାଉନ ପୋଲିସ ମିଳିତ ହୋଇ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୧୦ ଗ୍ରାମ ର ବ୍ରାଉନ ସୁଗାର ଜବତ କରିଥିଲା ପୋଲିସ। ଘର ତଲାସି କରିବା ବେଳେ ୨୨ ଗୋଟି ମୋବାଇଲ ଫୋନ, ଏକ ସ୍କୁଟି, ୩୦୦ ପ୍ୟାକେଟ୍ ଦେଶୀ ମଦ (୬୦ ଲିଟର) ସହ ୩୦ ଲକ୍ଷ ୯୪ ହଜାର ନଗଦ ଟଙ୍କା ପାଇଥିଲା ପୋଲିସ। ଏହି ଘଟଣାରେ ଜଣେ ମହିଳା ସମେତ ୪ ଜଣଙ୍କୁ ପୋଲିସ କାବୁ କରିଥିବା ଜଣା ପଡିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page