ଅନୁଗୋଳ – ବିଜେପି କର୍ମୀ ମାନେ ଚାପ ପକାଇ ଦୋକାନ ଉଠାଇ ଦେଲେ । ଏକମାତ୍ର ରୋଜଗାର ପନ୍ଥା ବନ୍ଦ ହୋଇଗଲା । ପରିବାର ଚଳାଇବା କଷ୍ଟ ହୋଇ ପଡ଼ିଲା । ମାନସିକ ଭାରସାମ୍ୟ ହରାଇ ବସିଲେ ଯୁବ ବ୍ୟବସାୟୀ । ବାଧ୍ୟ ହୋଇ ସୁଇସାଇଡ଼ ନୋଟରେ ବିଜେପି କର୍ମୀଙ୍କୁ ଦାୟୀ କରି ଆତ୍ମହତ୍ୟାର ବାଟ ବାଛି ନେଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଫୁଲପଡା ଗ୍ରାମର ଯୁବ ବ୍ୟବସାୟୀ ଭାଗିରଥି ବେହେରାଙ୍କ ମୃତଦେହ ସ୍ଥାନୀୟ ବଉଳି ନାଳ ଚରଡ଼ାପିଟା ଠାରୁ ଉଦ୍ଧାର କରିଛି ପୋଲିସ । ମୃତକ ଭାଗୀରଥୀଙ୍କ ସ୍ତ୍ରୀ ଉର୍ମିଳା ବେହେରାଙ୍କ ଅଭିଯୋଗ ଅନୁଯାୟୀ ସ୍ୱାମୀ ଭାଗିରଥି ବେହେରା ସକାଳ ୬ ଘଟିକା ସମୟରେ ଘରୁ ବାହାରି କୌଣସି କାମରେ ଯାଉଛି କହି ବାହାରି ଯାଇଥିଲେ। ୮.୩୦ ଘଟିକା ସମୟରେ ଘର ଲୋକଙ୍କ ସହ ଶେଷଥର ପାଇଁ ଫୋନ ଯୋଗେ କଥା ହୋଇଥିଲେ। ପରେ କୌଣସି ଯୋଗାଯୋଗ ହୋଇନପାରିବାରୁ ସ୍ୱାମୀ ନିଖୋଜ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ । କିଛି ଘଣ୍ଟା ପରେ ଖବର ପାଇଥିଲେ କି ବଉଳି ନାଳ ଚରଡ଼ାପିଟା ନୂଆସାହି ଡଗର ରାସ୍ତା ଠାରେ ଭାଗୀରଥୀ ଙ୍କ ମୃତଦେହ ପଡିଛି।ଘଟଣା ସ୍ଥଳ କୁ ଯାଇ ଦେଖିଲା ବେଳକୁ ଭାଗୀରଥୀ ଙ୍କ ମୃତ ଦେହ ପଡିଥିବା ବେଳେ ହାତରେ ରହିଛି କିଛି କାଗଜ ଲେଖା (ସୁସାଈଟ ନୋଟ) । ଏହା ଦେଖି ପରିବାର ଲୋକ ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଁଚି ମୃତ ଶରୀର କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଦେଇଥିଲା। ଏ ପଟେ ସୁସାଈଟ ନୋଟ ରେ ଲେଖା ହେଇଛି ଯେ, ଶାସକ ଦଳ ର କର୍ମୀ ମାନଙ୍କ ପାଇଁ ଦୋକାନ ଉଠାଇ ଦିଆ ଗଲା । ଦୋକାନରୁ ପରିବାର ପ୍ରତିପୋଷଣ କରୁଥିଲେ। ଯାହାକୁ ନେଇ ବାଧ୍ୟ ହୋଇ ଏ ଚରମ ଘଟଣା ଘଟିଛି। ମୋ ପରିବାର ସରକାର ଙ୍କୁ ଲଗିଲା ଲେଖି ଥିବା ଜଣା ପଡିଛି। ଯାହାକୁ ନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି।

