ସହର ଭିତରେ ଗ୍ୟାସ ପାଇପ ଲାଇନ ଫାଟିଲା – ଲୋକ ଭୟଭିତ

ଅନୁଗୋଳ – ଅନୁଗୋଳରେ BPCL ଗ୍ୟାସ୍ ପାଇପଲାଇନରୁ ଗ୍ୟାସ୍ ଲିକ୍। TPCODL ପକ୍ଷରୁ ଭୂତଳ କାମ ଚାଲିଥିବା ବେଳେ ଫାଟିଲା ଗ୍ୟାସ ପାଇପ୍ ଲାଇନ୍। ବହୁ ପରିମାଣରେ PNG ଲିକ୍ ହେଉଛି । ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ସହର ମଝିରେ ଥିବା ଅମଲାପଡ଼ା କେନାଲ ରୋଡରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଛି ଏଭଳି ଅଘଟଣ। ଖବର ପାଇ ଦମକଳ ବାହିନୀ, ଟାଉନ୍ ଥାନା ପୋଲିସ ଓ BPCL କର୍ମଚାରୀ ପହଞ୍ଚି ଗ୍ୟାସ୍ ଲିକ୍ ରୋକିବାକୁ ଚଳାଇଛନ୍ତି ଉଦ୍ୟମ।ଖବର ପାଇବା ପରେ BPCL ଟେକ୍ନିକାଲ ଟିମ ଘଟଣା ସ୍ଥଳରେ ପହଞ୍ଚି ଲିକ୍ ସଜାଡ଼ିବା ଆରମ୍ଭ କରିଛନ୍ତି। କୌଣସି ବିପଦ ନାହିଁ। ସେହି ପାଇପ ଦେଇ PNG ଯୋଗାଣ ବନ୍ଦ କରଯାଇଛି। ଖୁବଶୀଘ୍ର ପାଇପ ମରାମତି କରି PNG ଯୋଗାଣ ସ୍ୱାଭାବିକ କରାଯିବ ଏବଂ କୌଣସି ବିପଦ ନାହିଁ ବୋଲି କତୃପକ୍ଷ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page