ଅନୁଗୋଳ – କାର୍ଗିଲ ବିଜୟ ଦିବସ ଅବସରରେ ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ଏକ ସ୍ମାରକୀ ରଥ ଅନୁଗୋଳ ସହର ପରିକ୍ରମା କରିଥିଲା।ଦେଶାତ୍ମବୋଧକ ଗୀତ ସହ ଭାରତର କାର୍ଗିଲ ବିଜୟ ସମ୍ବଳିତ ସ୍ଥିରଚିତ୍ର ଏଥିରେ ପ୍ରଦର୍ଶିତ ହୋଇଥିଲା।ଅନୁଗୋଳ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଏହି ରଥର ଶୁଭାରମ୍ଭ କରିଥିଲେ।ପରିଷଦର ସଭାପତି ପ୍ରତାପ କୁମାର ମହାପାତ୍ର ସମ୍ପାଦକ ପର୍ଶୁରାମ ଦାଶଙ୍କ ନେତୃତ୍ୱରେ ଯୁବ ସ୍ୱେଚ୍ଛାସେବୀ ସୁବ୍ରତ ପ୍ରଧାନ,ନିରୋଦ ଦାସ, ରୁକେଶ ରଞ୍ଜନ ଦାସ, ଆଦ୍ୟଶ୍ଲୋକ ମିଶ୍ର , ଚନ୍ଦ୍ରକାନ୍ତ ବେହେରା ,ଆକାଶ ପ୍ରଧାନ, ପ୍ରମୁଖ , ସୁଶୋଭିତ ସାହୁ,ଲରେନଜିତ୍ ସାମଲ,
ଏହି ସମାବେଶ ରେ ଉପସ୍ଥିତ ରହି ଭାରତ ମାତାର ଜୟ ଗାନ କରିଥିଲେ।ଏଠାରେ ସୂଚନା ଯୋଗ୍ୟ ଯେ ୧୯୯୯ ମସିହା କାର୍ଗିଲ ଯୁଦ୍ଧ ରେ ଅନୁଗୋଳ ପୁରୁଣାଗଡ଼ ର ମାନସ ରଞ୍ଜନ ସାହୁ ସହିଦ ହୋଇଥିଲେ।


