ରେଙ୍ଗାଳି ଜଳଭଣ୍ଡାରକୁ ଡେଇଁ ପଡିଲେ – ବହୁ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର

କଣିହାଁ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଜଳ ଭଣ୍ଡାରକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣା ପଡିଛି  । ନିଖୋଜ ବ୍ୟକ୍ତି ଜଣକ ହେଲେ କଣିହାଁ ଥାନା ସାନତ୍ରିବିଡା ଗ୍ରାମର ଅଖିଳ ସାହୁ । ସୂଚନା ଅନୁସାରେ ଅଖିଳ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଅଞ୍ଚଳର ହୋଇଥିବା ବେଳେ ସେ ପ୍ରଥମେ ସେହି ଅଞ୍ଚଳରେ ବିଭାଘର ହୋଇଥିଲେ । ପରେ କଣିହାଁ ଥାନା ସାନତ୍ରିବିଡା ଗ୍ରାମରେ ଦ୍ଵିତୀୟ ବିଭାଘର କରି ରହୁଥିଲେ । ସେ ଏନଟିପିସି ଅଞ୍ଚଳରେ ରଙ୍ଗ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ଆଜି ପରିବାର ମଧ୍ୟରେ କୌଣସି କାରଣରୁ କଳହ ହୋଇ ସାଇକେଲରେ ଆସି ରେଙ୍ଗାଳି ଜଳଭଣ୍ଡାର ଉପରୁ ପାଣିକୁ ଡେଇଁ ଦେଇଥିବା ଜଣାପଡିଛି । ଘଟଣା ସ୍ଥଳରେ ତାଙ୍କ ସାଇକେଲ , ମୋବାଇଲ ଓ ଚପଲ ରହିଛି । ଘଟଣା ସ୍ଥଳରେ ରେଙ୍ଗାଳି ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି କରିଥିଲେ । ବହୁ ସମୟ ଧରି ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇ ଥିଲା ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page