ଦୋକାନ ପୋଡ଼ି ଘଟଣା: ଅଭିଯୁକ୍ତ କାଳିଆ ଭୋଇ ଗିରଫ

ଅନୁଗୋଳ – ଗତ ମଙ୍ଗଳବାର (୧୫ ତାରିଖ) ଦିନ ନୁଆମୌଜା ପଞ୍ଚମହଲା ଅଞ୍ଚଳରେ ଦୋକାନରେ ନିଆଁ ଲଗାଇବା ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କାଳିଆ ଭୋଇ। ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ସୂଚନା ଅନୁଯାୟୀ, ପଞ୍ଚମହାଳାର କୁମୁଦ ଚନ୍ଦ୍ର ନାଏକ ଅଭିଯୋଗ କରିଥିଲେ ଯେ, ଭୋର ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ଗ୍ରୋସରୀ ଓ ଭେରାଇଟି ଦୋକାନରେ ଜାଣିଶୁଣି ନିଆଁ ଲଗାଇଥିଲେ। ଫଳରେ ନିଆଁ ସଂଲଗ୍ନ ଗ୍ୟାରେଜ୍‌ ଓ ଦୋକାନକୁ ବ୍ୟାପିଯାଇଥିଲା। ଏଥିରେ ଦୋକାନର ସମ୍ପତ୍ତି ସହ ଏକ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ମିଳିଥିବା CCTV ଫୁଟେଜ୍‌ରେ ମୁହଁ ଢାଙ୍କିଥିବା ଜଣେ ବ୍ୟକ୍ତି ଘଟଣାସ୍ଥଳକୁ ଆସି ପେଟ୍ରୋଲ ଢାଳି ଦୋକାନରେ ନିଆଁ ଲଗାଉଥିବା ଦେଖାଯାଇଥିଲା। ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଉକ୍ତ ବ୍ୟକ୍ତିଙ୍କ ପରିଚୟ କାଳିଆ ଭୋଇ ବୋଲି ପୋଲିସ ଜାଣିବାକୁ ପାଇଥିଲେ । ତଦନ୍ତରୁ ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଥିବା ମଧ୍ୟ ଜଣାପଡ଼ିଛି। ଏହି ପୂର୍ବ ଶତ୍ରୁତାରୁ କାଳିଆ ନିଆଁ ଲଗାଇ ଦେଇଥିବା ପୁଲିସ ଜାଣିବାକୁ ପାଇଛି ।

ପୋଲିସ ଅଭିଯୁକ୍ତ କାଳିଆ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣା ସହ ଜଡ଼ିତ ଅନ୍ୟାନ୍ୟ ତଥ୍ୟ ଓ ପ୍ରମାଣ ସଂଗ୍ରହ ପାଇଁ ତଦନ୍ତ ଜାରି ରହିଛି ବୋଲି ଅନୁଗୋଳ ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page