ଭତ୍ତା ବନ୍ଦ ଅଭିଯୋଗ: ଅନୁଗୋଳ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କଲେ ମାନବାଧିକାର କମିଶନ

ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ବୃଦ୍ଧ, ବିଧବା ଓ ଅସହାୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମିଳୁନଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଉପରେ ଓଡ଼ିଶା ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି।

କମିଶନଙ୍କ ଅର୍ଡର ଅନୁଯାୟୀ, ଆଠମଲ୍ଲିକ, ବଅଁରପାଳ, ପାଲଲହଡ଼ା, କଣିହାଁ, ତାଳଚେର ଓ ଅନୁଗୋଳ ସଦର ଅଞ୍ଚଳରେ ହିତାଧିକାରୀଙ୍କ ଭତ୍ତା ୪ରୁ ୯ ମାସ ପର୍ଯ୍ୟନ୍ତ ବନ୍ଦ ରହିଥିବା ଅଭିଯୋଗ କରାଯାଇଛି। ଯାହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏପରିକି କେତେକ ହିତାଧିକାରୀଙ୍କୁ ତାଲିକାରୁ ନାମ କାଟିଦେବାର ଧମକ ଦିଆଯାଉଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଥିଲା ।

ଅଭିଯୋଗକୁ ଗୁରୁତ୍ୱ ଦେଇ ଅନୁଗୋଳ ଜିଲ୍ଲାପାଳଙ୍କୁ ତଥ୍ୟଭିତ୍ତିକ ରିପୋର୍ଟ ଦେବାକୁ ଓଡ଼ିଶା ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ତାରିଖ ୧୧ ଡିସେମ୍ବର ୨୦୨୬ ଧାର୍ଯ୍ୟ କରାଯାଇଛି।

ତେବେ ଭତ୍ତା ବନ୍ଦ ଓ ଅନ୍ୟାନ୍ୟ ଅଭିଯୋଗର ସତ୍ୟତା ଜିଲ୍ଲାପାଳଙ୍କ ରିପୋର୍ଟ ପରେ ସ୍ପଷ୍ଟ ହେବ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page