ଲାଞ୍ଚ ମାମଲାରେ ପୂର୍ବତନ କଣିହାଁ ରାଜସ୍ୱ ନିରୀକ୍ଷକଙ୍କୁ ୩ ବର୍ଷ ଜେଲ୍

ଅନୁଗୋଳ – ଲାଞ୍ଚ ମାମଲାରେ ଅନୁଗୋଳ ଜିଲ୍ଲା କଣିହାର ପୂର୍ବତନ ରାଜସ୍ୱ ନିରୀକ୍ଷକ (RI) ହାଡ଼ିବନ୍ଧୁ ପଟ୍ଟନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ହାଡ଼ିବନ୍ଧୁଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡିତ କରାଯାଇଛି । ୨୦୨୬ ସେପ୍ଟେମ୍ବର ୩୦ ତାରିଖରେ ଅନୁଗୋଳର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଏହି ରାୟ ଶୁଣାଇଛନ୍ତି।

ମାମଲା ଅନୁଯାୟୀ, ଏକ ମ୍ୟୁଟେସନ୍‌ ମାମଲାରେ ଆବେଦନକାରୀଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ହାଡ଼ିବନ୍ଧୁ ପଟ୍ଟନାୟକ ଲାଞ୍ଚ ମାଗିଥିଲେ । ଏବଂ ଏହି ଲାଙ୍କଜ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ହାଡ଼ିବନ୍ଧୁ ପଟ୍ଟନାୟକଙ୍କ ପେନ୍‌ସନ୍‌ ବନ୍ଦ କରିବା ପାଇଁ ସମ୍ପୃକ୍ତ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ପଦକ୍ଷେପ ନେବ ବୋଲି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page