୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ – ଦୁଇ ଜଣ ଅଟକ

ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମର ପାଟଣା ସାହିରେ ବେଆଇନ ଭାବେ ବାଣ ଗଚ୍ଛିତ ରଖାଯାଇଥିବା ଅଭିଯୋଗରେ ପୁଲିସ ଚଢ଼ାଉ କରି ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବାଣ ଜବତ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୁଲିସ।

ଅଟକ ଦୁଇ ଜଣ ହେଲେ ବିପୁନ ବିହାରୀ ଭୁତିଆ ଓ ତ୍ରିଥବାସୀ ସାହୁ। ପୁଲିସ ସୂଚନା ଅନୁଯାୟୀ, ନୂଆହତା ଅଞ୍ଚଳରେ ବେଆଇନ ଭାବେ ବାଣ ଗଚ୍ଛିତ ରଖାଯାଇଥିବା ନେଇ ବଅଁରପାଳ ଥାନା ଅଧିକାରୀ ଅୟସକାନ୍ତ ଜେନା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ଏହାପରେ ତାଙ୍କ ନିର୍ଦ୍ଦେଶକ୍ରମେ ସବ୍‌ଇନ୍ସପେକ୍ଟର ଅମିତ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ନୂଆହତା ପଞ୍ଚାୟତର ପାଟଣା ସାହିରେ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ ସେଠାରୁ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବାଣ ଜବତ କରିବା ସହ ଦୁଇ ଜଣଙ୍କୁ ପୁଲିସ କାବୁ କରିଥିଲା। ପରେ ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରହିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page