ରାଜନୀତି ବିଜେପିର ମିଶ୍ରଣ ପର୍ବ – ଅନ୍ୟ ଦଳରୁ ୪୦୦ରୁ ଊର୍ଦ୍ଧ୍ଵ କର୍ମୀ ଦେଲେ ଯୋଗ Angul OnlineApril 2, 2021April 2, 2021 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପଟା ହାଟପଡିଆ ଠାରେ ଶୁକ୍ରବାର ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛେଣ୍ଡିପଦା ବିଜେପିର ବିଧାୟକ ପ୍ରାର୍ଥୀ ଅଗସ୍ତୀ ବେହାରାଙ୍କ ପୈାରହିତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲା ବିଜେପି ଜିଲା ଉପସଭାପତି ଚୈାଧୁରୀ ପ୍ରଧାନ ଏଥିରେ ସଭାପତିତ୍ୱ କରିଥିଲେ । ମିଶ୍ରଣ ପର୍ବରେ ଅନ୍ୟ କର୍ମକର୍ତାଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ସମ୍ମାନୀତ ଅତିଥି ଭାବେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ(ନିଲୁ), ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜେପିର ଉପଦେଷ୍ଟା ଗତିକୃଷ୍ଣ ପ୍ରଧାନ, ପ୍ରଧ୍ୟାପକ ବିଶ୍ୱରଞ୍ଜନ ପ୍ରଧାନ, ଜିଲ୍ଲା ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ରୋଜାଲିନ ଦାସ, ଅନୁଗୋଳ ନଗର ବିଜେପି ସଭାନେତ୍ରୀ ନମିତା ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ମିଶ୍ରଣ ପର୍ବରେ ବାଲିପଟା , କତଡା , ଜେରେଙ୍ଗ ଦେହୁରୀସାହି , ଜରପଡା , ପରା , ତୁକୁଡା , କୋରଡା ଏବଂ ଶିମିଳିପାଳ ପଞ୍ଚାୟତର ବହୁ କଂଗ୍ରେସ ଏବଂ ବିଜେଡିର କର୍ମୀ ଦଳ ଛାଡି ବିଜେପିରେ ଯୋଗଦାନ କରିଥିଲେ । ମୁଖ୍ୟତଃ ମିଶ୍ରଣ ପର୍ବରେ ଛେଣ୍ଡିପଦା ବ୍ଲକ କଂଗ୍ରେସର ପୂର୍ବତନ ସଭାପତି ତଥା ବାଲିପଟା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଅଜିତ କୁମାର ପ୍ରଧାନ କଂଗ୍ରେସ ଦଳରୁ ନିଲମ୍ବନ ହେବା ପରେ ଆଜି ତାଙ୍କର ଶତାଧିକ ସମର୍ଥକଙ୍କୁ ନେଇ ପଟୁଆରେ ଆସି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ । ଆସନ୍ତା ଏପ୍ରିଲ ୨୮ ତାରିଖରେ ଅନୁଗୁଳ ଜିଲ୍ଲା ୧୭ ନମ୍ବର ଜିଲ୍ଲା ପରିଷଦ ଜୋନ୍ ପାଇଁ ଉପନିର୍ବଚନ ହେବାକୁ ଥିବା ବେଳେ ଅଜିତ କୁମାର ପ୍ରଧାନଙ୍କୁ ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ପାଇଁ ଦଳର ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଘୋଷଣା କରିଥିଲେ । ମିଶ୍ରଣ ପର୍ବରେ ତୁକୁଡା ପଂଚାୟତର ପୂର୍ବତନ ସରପଂଚ ହୃଷିକେଶ ସାହୁ,ପୁର୍ବତନ ଜରପଡା ଜୋନ କଂଗ୍ରେସ ସଭାପତି ଚିତ୍ରସେନ ସାହୁ, ଜରପଡା କଂଗ୍ରେସ ସଭାପତି ଲିଟୁ ସାହୁ, ମନୋଜ ବେହେରା, ବାଲିପଟା କଂଗ୍ରେସ ସଭାପତି ସନ୍ତାଷ ମିଶ୍ର, ଜରପଡା ଜୋନ କଂଗ୍ରେସ ସମ୍ପାଦକ ଅନିଲ ସାହୁ, କୋରଡା ପଂଚାୟତର ଛବି ସାହୁ, ବିନୋଦ ସିଂ, ବାଜିଆ ସାହୁ, ,ପ୍ରମୋଦ ଦଣ୍ଡପାଟ, ବୀରବର ଜେନା, ଶିମିଳିପାଳ ପଂଚାୟତର ଚିତରଞ୍ଜନ ସାହୁ( ପିଂଟୁ), କୃପାସିନ୍ଧୁ ବିଶ୍ୱାଳ, ପ୍ରକାଶ କୁମାର ସାହୁ,କନିଲ ପ୍ରଧାନଙ୍କ ସମେତ ବିଜେଡି ଏବଂ କଂଗ୍ରେସର ବହୁ କର୍ମୀ ବିଜେପିର ମିଶ୍ରଣ ପର୍ବରେ ଦଳରେ ଯୋଗ ଦେଇଥିଲେ । ଶେଷରେ ସୁଦିପ ଗଡନାୟକ ଧନ୍ୟବାଦ ଅର୍ପଣ କରିଥିଲେ । Advertisement
ଭାଗିରଥି ଛାଡିଲେ ରମେଶ ସାଏ ଧରିଲେ ପଦ୍ମ ଅନୁଗୁଳ ଜିଲ୍ଲା ବିଜେପିର ଗୋଟିଏ ପଟେ ଦୁଇ ଦୁଇ ଜଣ ବରିଷ୍ଠ ନେତା ଦଳ ଛାଡିଥିବା ବେଳେ ଅନ୍ୟପଟେ ଆଠମଲ୍ଲିକ ବିଧାୟକ ବିଜେଡି ଛାଡି ବିଜେପିରେ ଯୋଗ…
କଂଗ୍ରେସ ଘୋଷଣା କଲା ନଗରପାଳ ପାଇଁ ପ୍ରାର୍ଥୀ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ପୂର୍ବତନ କାଉନସିଲର ତଥା ସମାଜସେବୀ ବଲବୀର ସିଂହଙ୍କୁ ଆସନ୍ତା ପୌର ନିର୍ବାଚନ ପାଇଁ ଅନୁଗୁଳ ନଗରପାଳ ପ୍ରାର୍ଥୀ…
ଜିଲ୍ଲା ପାଇଁ ଯୁବ ବିଜେଡିର ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ , ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି…