ଆଞ୍ଚଳିକ ଏସୟୁସିଆଇ କମ୍ୟୁନିଷ୍ଟର ଅନୁଗୁଳ ବନ୍ଦ ଡାକରା Angul OnlineApril 6, 2021April 6, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ବିରୋଧ ବଢିବାରେ ଲାଗିଛି । ଏହାକୁ ବିରୋଧ କରି ଶାସକ ବିଜେଡି ଦଳ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଥିବା ବେଳେ ଆଜି ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ମଧ୍ୟ ଅନୁଗୁଳ ଜିଲ୍ଲା ବନ୍ଦ ପାଇଁ ଡାକରା ଦିଆ ଯାଇଛି । କମ୍ୟୁନିଷ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବନ୍ଦ ପାଳନ ନେଇ ନିଷ୍ପତ୍ତି ନିଆ ଯାଇଥିବା କୁହା ଯାଇଛି । ଉଭୟ ରାଜ୍ଯରେ ଥିବା ବିଜେଡି ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଅବହେଳା ପାଇଁ ଏହି ପ୍ଲାଣ୍ଟଟି ଆଜି ବନ୍ଦ ହୋଇଗଲା ବୋଲି ଏସୟୁସିଆଇ ଅଭିଯୋଗ କରିଛି । ତେଣୁ ସେମାନଙ୍କ ଆନ୍ଦୋଳନ , ଉଭୟ ସରକାରଙ୍କ ବିରୁଦ୍ଧରେ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି । ସରକାର ଏକ ଚଳନ୍ତା ପ୍ଲାଣ୍ଟକୁ ଜାଣିଶୁଣି ବନ୍ଦ କରି ଦେଇଛନ୍ତି । ଯାହା ଫଳରେ ଲକ୍ଷାଧିକ ଲୋକଙ୍କୁ ରୋଜଗାର ହରାଇବାକୁ ଯାଉଛନ୍ତି । ଏଥିପାଇଁ ଆସନ୍ତା କାଲି ଅନୁଗୁଳ ଜିଲ୍ଲା ବନ୍ଦ ହେବ ବୋଲି ଦଳର କର୍ମକର୍ତ୍ତା କହିଛନ୍ତି । https://angulonline.com/odia/wp-content/uploads/2021/04/WhatsApp-Video-2021-04-06-at-22.51.07.mp4 Advertisement
ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ନିକଟରେ ଥିବା ରେଳ ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି …
ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ବେଳେ କଳା ପତାକା ପ୍ରଦର୍ଶନ – ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଅଟକ ଅନୁଗୁଳ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଅନୁଗୁଳରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।…
ସାତକୋଶିଆରେ ଘଡ଼ିଆଳର ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବିଲୁପ୍ତ ପ୍ରାୟ ଘଡ଼ିଆଳ ପ୍ରଜାତିର କୁମ୍ଭୀରର ସାତକୋଶିଆ ମହାନଦୀ ଗଣ୍ଡରେ ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ…