ଆଞ୍ଚଳିକଆମ ପର୍ଯ୍ୟଟନ ସ୍ଥଳୀ କୋଭିଡ କଟକଣାରେ ମା’ବାୟାଣୀ ପୂଜା Angul OnlineApril 15, 2021April 15, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ପାତ୍ରପଡା ଗ୍ରାମର ମା’ବାୟଣୀ ଠାକୁରାଣୀଙ୍କ ବାର୍ଷିକ ପୂଜା ବୁଧବାର ଗ୍ରାମବାସୀଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ସରକାରଙ୍କ କୋଭିଡ ଗାଇଡଲାଇନକୁ ସମ୍ମାନ ଦେଇ କମିଟି ପକ୍ଷରୁ ପୂଜା ସ୍ଥଳରେ ଗହଳି କରାଯାଇ ନଥିଲା । କେବଳ ପୂଜାର୍ଚ୍ଚନା ଯଥା ରୀତିନୀତି ଅନୁଯୟୀ କରାଯାଇଛି । ପୂଜା କମିଟି ପକ୍ଷରୁ ଠାକୁରାଣୀଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତ ମାନଙ୍କୁ ଦୁରରୁ ଦର୍ଶନ କରାଇ ପଠାଇ ଦିଆଯାଉଥିଲା । ପ୍ରତ୍ୟୁଷରୁ ଗ୍ରାମବାସୀ ପୂଜକ କ୍ଷୀରୋଦ ଦେହୁରୀ ଓ ରଞ୍ଜନ ଦେହୁରୀଙ୍କ ସହଯୋଗରେ ଯଥା ରିତୀନିତୀ ପରମ୍ପରା ଅନୁଯାୟୀ ପ୍ରଥମେ ମା’ହିଙ୍ଗୁଳା ମନ୍ଦିରରେ ପୂଜାର୍ଚ୍ଚନା ସହ ଗ୍ରାମ ପରିକ୍ରମା କରି ବନଦୁର୍ଗା ମନ୍ଦିର, ପଥର ପୁଞ୍ଜି , କାଳୀ ମନ୍ଦିର ଓ ପ୍ରତିଷ୍ଠିତ ହନୁମାନଙ୍କ ବିଗ୍ରହ ମୂର୍ତ୍ତିରେ ପୁଜାର୍ଚ୍ଚନା କରାଯାଇଥିଲା । ପୂଜା ଗ୍ରାମ ସଭାପତି ଚୈତନ୍ୟ ସାହୁ , ହେଡବେହେରା ଶିର୍ନିବାସ ସାହୁ , ସଂପାଦକ ରମେଶ ଚନ୍ଦ୍ର ସାହୁ , ପ୍ରକାଶ ଚନ୍ଦ୍ର ସାହୁ , ବାନାମ୍ବର ସାହୁ , ମୋହନ ଚନ୍ଦ୍ର ସାହୁ ,ଲୋକନାଥ ସାହୁ ,ବାସୁଦେବ ସାହୁ, ପାତ୍ରପଡା ସରପଞ୍ଚ ଯୋଗେଶ୍ୱର ସାହୁ ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟ ପରିଚାଳିତ ହୋଇଥିଲା । ପୁଜା କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । Advertisement
ରେଳ ଦୁର୍ଘଟଣା ଆହତଙ୍କ ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଗୋଳ – ବାଲେଶ୍ଵର ଜିଲା ବାହାନଗା ଠାରେ ଶୁକ୍ରବାର ବିଳମ୍ବିତ ରାତିରେ କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହି ରେଳ ସହ ଧକ୍କା ହେବା ଫଳରେ ଅନେକ ଲୋକଙ୍କ…
ମାଛ ଜାଲରେ ଫସିଲା ଅଜଗର ସାପ – ଉଦ୍ଧାର କଲେ ସର୍ପମିତ୍ର ଅନୁଗୁଳ – ମାଛ ଜାଲରେ ଲାଗିଲା ଅଜଗର ସାପ । ଦୀର୍ଘ ସମୟ ଚେଷ୍ଟା ପରେ ଜାଲ କାଟି ଉଦ୍ଧାର କଲେ ସର୍ପମିତ୍ର ଆଦିତ୍ୟ ବେହେରା ।…
ଚାନ୍ଦା କରି ରାସ୍ତା ମରାମତି କଲେ ଗାଁ ଲୋକ ଆଠମଲ୍ଲିକ – ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ବାଘୁଆନାଳି ଗ୍ରାମବାସୀ ରାସ୍ତା ପାଇଁ ବହୁ ଦହଗଞ୍ଜ ହେଉଥିଲେ । ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ…