Uncategorized ଷ୍ଟୋର ରୁମରୁ ୧୩ ଫୁଟର ଅହିରାଜ ଉଦ୍ଧାର Angul OnlineApril 15, 2021April 15, 2021 ଅନୁଗୁଳ – ଷ୍ଟୋର ରୁମରେ ଅହିରାଜ ଉଦ୍ଧାର । ଗତ କାଲି ରାତିରେ ଅନଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ କନ୍ତମେଘ ଗ୍ରାମର ମୋହନ ଦେହୁରୀ ଙ୍କ ଷ୍ଟୋର ରୁମ ରେ ରାତି ପ୍ରାୟ ୧୧ ଟା ସମୟରେ ଏକ ସାପ ପଶି ଯାଇଥିଲା । ସାପକୁ ବାହାର କରିବା ପାଇଁ ଚେଷ୍ଟା କରିବା ବେଳେ ସାପ ଟି ଫଣା ଟେକି ଠିଆ ହୋଇଗଲା । ସାପ ଟିକୁ ଅହିରାଜ ସାପ ବୋଲି ଜାଣିବା ପରେ ଭୟଭୀତ ହୋଇ ଆଉ କିଛି ନକରି ମୋହନ ସ୍ଥାନୀୟ ଫରେଷ୍ଟ ଗାର୍ଡ ସିଦ୍ଧେଶ୍ୱର ପ୍ରଧାନ ଖବର ଦେଲେ । ବନ କର୍ମଚାରୀ ପହଞ୍ଚି ଏତେ ବଡ଼ ଅହିରାଜ ସାପ ଦେଖି କିଂକର୍ତ୍ତବ୍ୟବିମୁଢ ହୋଇ ଠିଆ ହୋଇ ରହିଲେ । ଏହା ଭିତରେ ସ୍ଥାନୀୟ ସାପ ଉଦ୍ଧାରକାରୀ ସୁଶାନ୍ତ କୁମାର ସାହୁଙ୍କୁ ଖବର ଦିଆଯାଇଥିଲା । ସେ ଆସି ଘଟଣା ସ୍ଥଳରେ ପହଞ୍ଚି ଘର ଭିତରେ ପଶି ଏକ ବାକ୍ସ ତଳେ ଲୁଚି ରହିଥିବା ଅହିରାଜ ସାପଟିକୁ ଧରି ବାହାରକୁ ଆଣିଥିଲେ । ବନ କର୍ମଚାରୀଙ୍କ ସହାୟତାରେ ସାପଟିକୁ ଯତ୍ନର ସହିତ ବ୍ୟାଗ ଭିତରେ ପୁରେଇ ବନ୍ତଳା ରେଞ୍ଜ ଅଫିସ କୁ ନିଆ ଯାଇଥିଲା । ପରେ ବନ୍ତଳା ରେଞ୍ଜ ଅଫିସରଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀ ନିଜ ସରକାରୀ ଗାଡ଼ିରେ ନେଇ ରାତି ସାଢ଼େ ଗୋଟାଏ ସମୟରେ ସାପକୁ ସାତକୋଶିଆ ଜଙ୍ଗଲ ଭିତରେ ଛାଡି ଦେଇଥିଲେ । ସାପଟି ପ୍ରାୟ ୧୩ ଫୁଟ ହେବ ବୋଲି ଜଣା ପଡିଛି । https://angulonline.com/odia/wp-content/uploads/2021/04/WhatsApp-Video-2021-04-15-at-10.36.52.mp4 Advertisement
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଦ୍ଵାରା ଓଡିଶାରେ ସ୍ଥାପନ ହେବ ୧.୨ ଏମଟିପିଏ କ୍ଷମତା ସଂପନ୍ନ ରେଳ ମିଲ ଭୁବନେଶ୍ବର – ଆତ୍ମନିର୍ଭର ଭାରତ ପଥରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଅନୁଗୋଳରେ ଅବସ୍ଥିତ ଷ୍ଟିଲ କମ୍ପ୍ଲେକ୍ସ ଠାରେ ୧.୨ ଏମଟିପିଏ କ୍ଷମତା ସଂପନ୍ନ…
ବିସ୍ଥାପନ କଲୋନୀ ନିର୍ମାଣ ସ୍ଥାନକୁ ନେଇ କମ୍ପାନୀକୁ ଗ୍ରାମବାସୀଙ୍କ ବିରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମର ସଳ୍ପଝରଣରେ ବିସ୍ଥାପନ କଲୋନୀ ନିର୍ମାଣ ପାଇଁ ଜମି ଚିହ୍ନଟ ଚାଲିଥିବା ବେଳେ ଗ୍ରାମବାସୀ ବିରୋଧ କରିଛନ୍ତି…
୫ବର୍ଷ ଶିଶୁ କନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ! ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଜଣେ ୫ବର୍ଷ ଶିଶୁ କନ୍ୟାଙ୍କ ମୃତଦେହ ପୁଲିସ ଶନିବାର ଉଦ୍ଧାର କରିଥିବା…