ମୁଖ୍ୟ ଖବର କାର ଦୁର୍ଘଟଣାରେ ସ୍ଵାମୀ ମୃତ ସ୍ତ୍ରୀ- ଝିଅ ଆହତ Angul OnlineApril 20, 2021April 20, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ସାରଙ୍ଗପୁର ଗାଁ ନିକଟରେ ଏକ ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଏବଂ ଝିଅ ଗୁରୁତର ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ପୁରୁଣା କଟକ ରାସ୍ତାରେ କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ କାର ହଠାତ ଭାରସାମ୍ୟ ହରାଇ ଏକ ଗଛ ଏବଂ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଗାଡି ଚଲାଉଥିବା ଲକ୍ଷ୍ମଣ ସାହୁଙ୍କ ମୃତ୍ୟୁ ହୋଇଥିଲା । ଗାଡ଼ିରେ ଥିବା ଲକ୍ଷ୍ମଣଙ୍କ ସ୍ତ୍ରୀ ଓ ଝିଅ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବନ୍ତଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳଯରେ ଭର୍ତ୍ତୀ କରିଥିଲେ । ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଛି । ମୃତାହତ ମାନେ ସମ୍ବଲପୁର ଜିଲ୍ଲାରେ ହୋଇଥିବା ଜଣାପଡିଛି । Advertisement
ସାଇକେଲକୁ ଧକ୍କା ଦେଲା ଟ୍ରକ – ଜଣେ ମୃତ ପାଲଲହଡ଼ା – ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକର କାଇଁସିରିପାଲି ଛକଠାରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ସକାଳ ୮.୩୦ ସମୟରେ ପାଲଲହଡ଼ା ବାଇପାସ୍ ଛକଠାରୁ ଜଣେ…
ବ୍ୟାଙ୍କ ଭିତରୁ ଗ୍ରାହକଙ୍କ ଅଢେଇ ଲକ୍ଷ ଟଙ୍କା ଲୁଟି ନେଲା ଦୁର୍ବୃତ୍ତ ଅନୁଗୋଳ – ଅନୁଗୋଳ ଏସବିଆଇର ମୁଖ୍ୟ ଶାଖା ଭିତରୁ ଗ୍ରାହକଙ୍କ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଛି ଦୁର୍ବୃତ୍ତ । ସୂଚନା ଅନୁସାରେ ପୁରୀ ଅଞ୍ଚଳର ସ୍ନେହାଶିଷ…
ରେଙ୍ଗାଳି ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ-ଖୋଲିଲା ଗୋଟିଏ ଗେଟ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଗୋଟିଏ ଗେଟ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି । ଉପରମୁଣ୍ଡରେ…