ମୁଖ୍ୟ ଖବର ସଡକ ଦୁର୍ଘଟଣା ନେଲା ବାପ-ପୁଅଙ୍କ ଜୀବନ Angul OnlineApril 22, 2021April 22, 2021 ଅନୁଗୁଳ – ସଡକ ଦୁର୍ଘଟଣାରେ ବାପ-ପୁଅ ମୃତ । ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପ୍ରତାପପୁର ଠାରେ ଅଜଣା ଗାଡି ଧକ୍କାରେ ୨ ଜଣ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ଛେଣ୍ଡିପଦା ଥାନା ହରିବେରେଣୀ ଗାଁ ବଳରାମ ପ୍ରଧାନ ଓ ତାଙ୍କ ବାପା ଅର୍କ୍ଷିତ ପ୍ରଧାନ । ସୂଚନା ଅନୁସାରେ ଦୁଇଜଣ ମୋଟରସାଇକେଲ ଆରୋହି ଜାତୀୟ ରାଜପଥ ୫୫ ରେ ବାମୂର ଗାଁ ବଳରାମଙ୍କ ଶ୍ଵଶୁର ଘରୁ ଛେଣ୍ଡିପଦା ଘରକୁ ଫେରୁଥିଲେ । ତେବେ ପ୍ରତାପପୁରଠାରେ ପଛରୁ ଦ୍ରୁତ ଗତିରେ ଏକ ଗାଡି ଆସି ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ଜାତୀୟ ପ୍ରତିଯୋଗିତାରେ ଚମକିଲେ ଅନୁଗୁଳର ପୁଅ – ଓଡ଼ିଶାକୁ ଦେଲେ ପଦକ ଅନୁଗୁଳ – ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୨୩ ବର୍ଷରୁ କମ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଶାକୁ ଗୋଟିଏ ପଦକ ମିଳିଛି । ଉଚ୍ଚ ଡିଆଁରେ ଅନୁଗୁଳର…
ପ୍ରଶାନ୍ତ ମେଣ୍ଡୁଲି – ଛୋଟ ଗାଁରୁ ଓଡ଼ିଶାର ଚର୍ଚ୍ଚିତ ଚେହେରା ଅନୁଗୋଳ – ଦୀର୍ଘ ତିନିଦିନ ଧରି ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓଲ୍ହାଇଥିଲା । ଯାହାର ପ୍ରଭାବ ଜନଜୀବନ ଉପରେ ପଡିଥିଲା । ଏହାକୁ ହୃଦୟଙ୍ଗମ କରି ମୁଖ୍ୟ…
ନିଜେ ଚାଲିଗଲେ ,ହେଲେ ଅଙ୍ଗଦାନ କରି ଆଉ ତିନି ଜଣଙ୍କ ଜୀବନ ବଞ୍ଚାଇ ଦେଲେ ରିତେଶ ଅନୁଗୁଳ – ନିଜେ ଚାଲିଗଲେ , ହେଲେ ଆଉ ତିନି ଜଣଙ୍କ ଜୀବନ ବଞ୍ଚାଇଦେଲେ । ଅଙ୍ଗଦାନ କରି ଅମର ହୋଇଗଲେ ରିତେଶ । ହୋଲି ଦିନ…