ମୁଖ୍ୟ ଖବର ସଡକ ଦୁର୍ଘଟଣା ନେଲା ବାପ-ପୁଅଙ୍କ ଜୀବନ Angul OnlineApril 22, 2021April 22, 2021 ଅନୁଗୁଳ – ସଡକ ଦୁର୍ଘଟଣାରେ ବାପ-ପୁଅ ମୃତ । ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପ୍ରତାପପୁର ଠାରେ ଅଜଣା ଗାଡି ଧକ୍କାରେ ୨ ଜଣ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ଛେଣ୍ଡିପଦା ଥାନା ହରିବେରେଣୀ ଗାଁ ବଳରାମ ପ୍ରଧାନ ଓ ତାଙ୍କ ବାପା ଅର୍କ୍ଷିତ ପ୍ରଧାନ । ସୂଚନା ଅନୁସାରେ ଦୁଇଜଣ ମୋଟରସାଇକେଲ ଆରୋହି ଜାତୀୟ ରାଜପଥ ୫୫ ରେ ବାମୂର ଗାଁ ବଳରାମଙ୍କ ଶ୍ଵଶୁର ଘରୁ ଛେଣ୍ଡିପଦା ଘରକୁ ଫେରୁଥିଲେ । ତେବେ ପ୍ରତାପପୁରଠାରେ ପଛରୁ ଦ୍ରୁତ ଗତିରେ ଏକ ଗାଡି ଆସି ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ଲାଞ୍ଚୁଆ ପୁଲିସ ବାବୁଙ୍କୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନାରୁ ଏକ ମୋଟରସାଇକେଲ ମୁକୁଳାଇବା ପାଇଁ ଗତ ୨/୧୨/୨୦୦୯ ମସିହାରେ ସେତେବେଳେ ସେଠାରେ ଥିବା ଏ ଏସ ଆଇ ରବୀନ୍ଦ୍ର…
କାରକୁ ଧକ୍କା ଦେଲା କାର , ଦୁର୍ଘଟଣାରେ ମା-ଝିଅ ମୃତ ଅନୁଗୁଳ – ଅନୁଗୁଳ ରୁ ଆଠଗଡ ଯାଇଥିବା ମୁଖ୍ୟ ରାସ୍ତାର ଖଣ୍ଡହତା ନିକଟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ମା ଓ ଝିଅଙ୍କ ମୁତ୍ଯୁ ହୋଇଛି ।…
ଗରାଖଙ୍କୁ ହାଇରାଣ କରି ବ୍ୟାଙ୍କ୍ ଗଣିଲା ଜୋରିମନା ଅନୁଗୁଳ – ଜଣେ ବୃଦ୍ଧାଙ୍କ ଆକାଉଣ୍ଟକୁ ଫ୍ରିଜ କରିବା ଆଉ ତାଙ୍କୁ ଟଙ୍କା ନଦେବା ଫଳରେ ବ୍ୟାଙ୍କକୁ ଜୋରିମନା ଗଣିବାକୁ ପଡିଛି । ଅନୁଗୁଳ ଜିଲ୍ଲା ଖାଉଟି…