ମୁଖ୍ୟ ଖବର ଅନୁଗୁଳରୁ ଅକ୍ସିଜେନ ଗଲା ବିଶାଖାପାଟଣା Angul OnlineApril 23, 2021April 23, 2021 ଅନୁଗୁଳ – ଆଜି ଅନୁଗୁଳରୁ ମେଡିକାଲ୍ ଅକ୍ସିଜେନର ଅଭାବୀ ରାଜ୍ୟକୁ ଅକ୍ସିଜେନ ପଠା ଯାଇଛି । ଅନୁଗୁଳ ଜିନ୍ଦାଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରୁ ଏକ ସ୍ଵତନ୍ତ୍ର ଗାଡିରେ ପ୍ରାୟ ୨୨ ଟନ ଅକ୍ସିଜେନ ବିଶାଖାପାଟଣା ପଠା ଯାଇଛି । ରାତି ଗୋଟାଏ ବେଳେ ଯିବାକୁ ଥିବା ବେଳେ ଏହାର ଦୁଇ ଘଣ୍ଟା ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଯାଇଥିଲା । ରାତି ପ୍ରାୟ ୧୧ ତା ବେଳେ ଏହି ଗାଡି ଅନୁଗୁଳରୁ ବିଶାଖାପାଟଣା ଅଭିମୁଖେ ବାହାରିଥିଲା । ଏହି ଗାଡି ଯିବା ପାଇଁ ପୁଲିସ ପକ୍ଷରୁ ଏକ ଗ୍ରୀନ କରିଡର କରାଯାଇଛି । ସବୁ ଛକ ନିକଟରେ ପୁଲିସ ମୃତୟନ କରା ଯିବା ସହ ଅବାଧରେ ଏହି ଗାଡି ଯିବା ପାଇଁ ପୁଲିସ ଏସକର୍ଟ ଟିମ ମଧ୍ୟ ସାଙ୍ଗରେ ଯାଉଛି । ଅନୁଗୁଳ ପୁଲିସର ଏକ ଟିମ ଓଡିଶା ବୋର୍ଡର ପର୍ଯ୍ୟନ୍ତ ଏହି ଗାଡି ସହିତ ଯିବ ବୋଲି ଅନୁଗୁଳ ଏସ.ପି. ଜଗମୋହନ ମୀନା ସୂଚନା ଦେଇଛନ୍ତି । Advertisement
ଟିଟିପିଏସ୍ ର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପାୱାର ଷ୍ଟେସନ୍ (ଟିଟିପିଏସ୍) ଅଞ୍ଚଳ ପୁଣି ହସି ଉଠିବ । ଆରମ୍ଭ ହେବ ହେବ ଥର୍ମାଲ ପ୍ଲାଣ୍ଟର କାମ…
ସାରା ଦେଶରେ ଲାଗୁ ହେବ ନୂଆ ପୁଲିସ ଆଇନ ଭୁବନେଶ୍ୱର -(ଅନୁଗୁଳ ଅନଲାଇନ)- ଜୁଲାଇ ୧ , ୨୦୨୪ରୁ ସାରା ଦେଶରେ ଲାଗୁ ହେବ ନୂଆ ପୁଲିସ ଆଇନ । ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ…
ଖାଦ୍ୟ ମାନ ଜାଞ୍ଚ କଲେ – ଅଖାଦ୍ୟ ଫୋପାଡି ଦେଲେ ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ଅଞ୍ଚଳରେ ଆଜି ଅନୁଗୁଳ ଜିଲ୍ଳା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭନ୍ନ ଜଳଖିଆ ଦୋକାନ , ମିଠା ଦୋକାନ ଆଦିରେ ଚଢାଉ କରା…