ମୁଖ୍ୟ ଖବର କୋଭିଡ କଟକଣା ଭିତରେ ମା ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ Angul OnlineApril 26, 2021April 26, 2021 ତାଳଚେର – ତାଳଚେର ଗୋପାଳପ୍ରସାଦ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଆଜି ହେଉଛି ବାର୍ଷିକ ଯାତ୍ରା । ନଅ ଦିନ ବ୍ୟାପୀ ମା‘ଙ୍କ ଏହି ପୂଜା ଅନୁଷ୍ଠିତ ହେବ । ସବୁ ବର୍ଷ ମା‘ଙ୍କର ଏହି ବାର୍ଷିକ ପୂଜାରେ ବେଶ ଜନ ସମାଗମ ହୁଏ । ଭକ୍ତ ମାନକ ନିକଟରେ ସିଧାସଳଖ ନୈବଦ୍ୟ ଅର୍ପଣ କରିଥାଏ । ମା ଆଉ ଭକ୍ତଙ୍କ ମଧ୍ୟରେ ନଥାନ୍ତି ପୂଜକ । ପ୍ରତ୍ୟେକ ବର୍ଷ ଘଣ୍ଟ , ଢୋଲ , ମହୁରି , ହରିବୋଲ ହୁଳହୁଳିରେ ଚତୁର୍ଦିଗ ପ୍ରକମ୍ପିତ ହୁଏ । ହେଲେ ଚଳିତ ବର୍ଷ ସେ ସବୁ ନାହିଁ କି ଭକ୍ତଙ୍କ ଗହଳି ନାହିଁ । ନବ ଦିନ ବ୍ୟାପି ହେବାକୁ ଥିବା ଏହି ଯାତ୍ରା ଓ ଲୋକ ମହୋତ୍ସବକୁ କୋଭିଡ କଟକଣା ଯୋଗୁଁ ବନ୍ଦ କରିବା ସହ ବିନା ଭକ୍ତରେ ପୂଜାର୍ଚ୍ଚନା ହେଉଛି । କେବଳ ରୀତିନୀତି ଅନୁସାରେ ମା‘ଙ୍କ ଏହି ବାର୍ଷିକ ପୂଜା ଅନୁଷ୍ଠିତ ହେଉଛି । ମନ୍ଦିର ଓ ମାଙ୍କ ଉଭାସ୍ଥଳୀରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗିବା ସହ ଦୁଇ ପ୍ଲାଟୁନ ପୋଲିସ ମୃତୟନ କରାଯାଇଛି । ଭକ୍ତ ମାନେ ମନ୍ଦିରକୁ ନ ଆସିବା ପାଇଁ ପୂର୍ବରୁ ନିବେଦନ କରା ଯାଇଥିଲା । ହେଲେ ମଧ୍ୟ ଭକ୍ତଙ୍କୁ କଟକଣା କରିବା ପାଇଁ ମନ୍ଦିର ପ୍ରବେଶ ପଥ , ମନ୍ଦିର , ଉଭା ସ୍ଥଳରେ ପୋଲିସ ମୃତୟନ କରା ଯାଇଛି । ଭକ୍ତ ଶୂନ୍ୟ ହୋଇପଡି ଥିବା ଯୋଗୁଁ ମନ୍ଦିର କମିଟି ତରଫରୁ ଜିଲ୍ଲାର ୬ ଟି ସ୍ଥାନରେ ଭକ୍ତଙ୍କ ପାଇଁ ଭୋଗ ହୁଣ୍ଡି ବ୍ୟବସ୍ଥା କରାଯାଇ ସ୍ୱତନ୍ତ୍ର ଗାଡି ମାଧ୍ୟମରେ ଅଣାଯାଇ ମା‘ଙ୍କୁ ଅର୍ପଣ କରାଯିବାର ବ୍ୟବସ୍ଥା କରାଯାଇଛି । Advertisement
ଚିକିତ୍ସାଳୟରୁ ଜବରଦସ୍ତି ନେଇଗଲେ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜବରଦସ୍ତି ନେଇଗଲେ ମୃତଦେହ । ହିଙ୍ଗୁଳା ଖଣି ନିକଟରେ ଟ୍ରକ ଧକ୍କାରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର – ଟ୍ୟାଙ୍କରରେ ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ ପାଲଲହଡ଼ା- ଗୁରୁବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବାଲିପଶି ଛକ ନିକଟ ଜାତୀୟ ରାଜପଥ ୧୪୯ରେ ଭାରସାମ୍ୟ ହରାଇ ଏକ ପିଚୁ ବୋଝେଇ…
ଚୋରା ବାଲି ଚାଲାଣ ଉପରେ ପୁଲିସର ଚଢାଉ – ୧୩ ଜଣ ଗିରଫ , ୧୪ ଟ୍ରାକ୍ଟର ଓ ହାଇୱା ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଥିବା ଚୋରା ବାଲି ଚାଲାଣ ଉପରେ ରୋକ ଲଗାଇବାକୁ ଯାଇ କଠୋର ହୋଇଛି ପୁଲିସ ପ୍ରଶାସନ ।…