ମୁଖ୍ୟ ଖବର ଅନୁଗୁଳରୁ ଅମ୍ଳଜାନ ପରିବହନ କରିବ ଅକ୍ସିଜେନ୍ ଏକ୍ସପ୍ରେସ୍ Angul OnlineApril 29, 2021April 29, 2021 ଅନୁଗୁଳ – ଭାରତୀୟ ରେଳ ଅକ୍ସିଜେନ୍ ଏକ୍ସପ୍ରେସକୁ ଗୁରୁତ୍ବ ଦେବା ସହ ଜୀବନ ରକ୍ଷାକାରୀ ଅମ୍ଳଜାନ ପରିବହନ ଜାରି ରଖିଛି । ଭାରତୀୟ ରେଳବାଇର ଅକ୍ସିଜେନ୍ ଏକ୍ସପ୍ରେସ ପରିଚାଳନା ମହାରାଷ୍ଟ୍ର , ଉତ୍ତରପ୍ରଦେଶ , ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ପରେ ହରିୟାଣା ଏବଂ ତେଲେଙ୍ଗାନା ରାଜ୍ୟକୁ ସହାୟତା ପ୍ରଦାନ ଜାରି ରଖିଛି । ଖାଲି ଟ୍ୟାଙ୍କର୍ ସହିତ ପ୍ରଥମ ଅକ୍ସିଜେନ୍ ଏକ୍ସପ୍ରେସ୍ ଏପ୍ରିଲ୍ ୧୯ ରେ ମୁମ୍ବାଇରୁ ପୂର୍ବତଟ ରେଳପଥ ଅଧୀନରେ ଥିବା ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରି ସେଠାରୁ ତରଳ ମେଡିକାଲ୍ ଅମ୍ଳଜାନ ବୋଝେଇ କରି ଏହି ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ପରିବହନ କରିଆସୁଛି । ପୂର୍ବତଟ ରେଳପଥରୁ ଆଉ ଦୁଇଟି ଟ୍ରେନ୍ ତରଳ ଅମ୍ଳଜାନ ବୋଝେଇ ପାଇଁ ଲୋଡିଂ ପ୍ଲାଣ୍ଟକୁ ଯିବା ବାଟରେ ଅଛନ୍ତି । ଆଶା କରାଯାଉଛି ଯେ ଭାରତୀୟ ରେଳବାଇ ଦ୍ୱାରା ପରିବହନ ହେଉଥିବା ତରଳ ମେଡିକାଲ ଅମ୍ଳଜାନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରାୟ 640 MT ରେ ପହଞ୍ଚିବ । ଆଜି କାର୍ଗୋ ଉଡ଼ାଣରୁ ଅନଲୋଡ୍ ହୋଇଥିବା ଦୁଇଟି ଖାଲି LMO ଟ୍ୟାଙ୍କର୍ ଅନୁଗୁଳକୁ ସ୍ଥାନାନ୍ତର କରାଯାଇଛି । ଦୁଇଟି ଟ୍ୟାଙ୍କର୍ ସହିତ ଟ୍ରେନ୍ ଆଜି ଅନୁଗୁଳ ଛାଡିବାର ଆଶା କରାଯାଉଥିବାରୁ ହରିୟାଣା ଏହାର ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ପାଇବ । ତେଲେଙ୍ଗାନା ସରକାର ଅମ୍ଳଜାନ ଏକ୍ସପ୍ରେସ ପାଇଁ ଭାରତୀୟ ରେଳବାଇକୁ ମଧ୍ୟ ଅନୁରୋଧ କରିଛି । ୫ଟି ଖାଲି ଟ୍ୟାଙ୍କର୍ ସିକନ୍ଦରାବାଦରୁ ଅନୁଗୁଳ ଅଭିମୁଖେ ଯାତ୍ରା କରୁଛି ଏବଂ ଏହା ଆସନ୍ତାକାଲି ଅନୁଗୁଳ ଠାରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଆବଶ୍ୟକ କରୁଥିବା ସମସ୍ତ ରାଜ୍ୟକୁ ଅମ୍ଳଜାନ ପରିବହନ ସେବା ଯୋଗାଇବା ପାଇଁ ରେଳବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତିରେ ଅଛି । ଏହି ପ୍ରକ୍ରିୟାରେ ରାଜ୍ୟଗୁଡ଼ିକ ରେଳବାଇକୁ ଟ୍ୟାଙ୍କର୍ ଯୋଗାଉଛନ୍ତି । ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ଅମ୍ଳଜାନ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିଛି ଏବଂ ଶୀଘ୍ର ଏହି ଟ୍ରେନ୍ ପଠାଇବା ପାଇଁ ପ୍ରସ୍ତୁତି କରୁଛି । Advertisement
ଟ୍ରକ ମୋଟରସାଇକେଲ ଧକ୍କା – ମୋଟରସାଇକେଲ ଚାଳକଙ୍କର ମୃତ୍ୟୁ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର ଗୋପୀନାଥପୁର ଠାରେ ଥିବା ସରଲିୟା ପେଟ୍ରୋଲ ପମ୍ପ ନିକଟରେ ଗତ ରବିବାର…
ସେଟ୍ରିଙ୍ଗ ଖସି ଶ୍ରମିକ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ମାଣିକପୁର ଗାଁରେ ଏକ ଅଘଟଣ ଘଟି ଯାଇଛି। ଛାତ ସେଟ୍ରିଙ୍ଗ ଖୋଲିଥିବା ବେଳେ ସେଟ୍ରିଙ୍ଗ ଖସି ପଡିବା ଯୋଗୁଁ…
ଜିଲ୍ଲାରେ ଦଶମ ପାସ୍ ହାର ୯୩.୬୦ ପ୍ରତିଶତ – ଅଦ୍ୟାଶା ପ୍ରିୟଦର୍ଶିନୀ ଜିଲ୍ଲା ଟପର ଅନୁଗୁଳ – ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ପରୀକ୍ଷାରେ ଅନୁଗୁଳ ଜିଲ୍ଲାରେ ଛାତ୍ରଛାତ୍ରୀମାନେ ଭଲ ଫଳାଫଳ କରିଛନ୍ତି । ଚଳିତ ବର୍ଷ ଜିଲ୍ଲାରୁ ୧୬,୪୭୯…