ମୁଖ୍ୟ ଖବର ପୋଖରୀରେ ବୁଡି ବାଳକ ମୃତ୍ୟୁ Angul OnlineMay 7, 2021May 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପୋଖରୀକୁ ଗାଧୋଇବା ପାଇଁ ଯାଇ ଥିବା ବେଳେ ପାଣିରେ ବୁଡି ଗାଁର ଜଣେ ୧୦ବର୍ଷ ବାଳକର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ହମାମିରା ଗ୍ରାମର ସୁଶୀଳ ସାହୁଙ୍କ ପୁଅ ସୁନୀଲ ଦିନ ପ୍ରାୟ ସାଢେ଼ ୧୧ଟା ବେଳକୁ ଗ୍ରାମରେ ଥିବା ବଡ଼ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ଦୀର୍ଘ ସମୟ ଧରି ସେ ଘରକୁ ଫେରିନଥିଲେ । ପୋଖରୀ ହୁଡ଼ାରେ ସୁନୀଲଙ୍କ ପୋଷାକ ଓ ଚପଲ ପଡିଥିବା ଦେଖି ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ଫଳରେ ପୋଖରୀ ମଧ୍ୟରେ ଖୋଜାଖୋଜି କରିବା ପରେ ତା ଭିତରୁ ସୁନୀଲକୁ ଉଦ୍ଧାର କରାଯାଇଥିଲା । ସୁନୀଲକୁ ତୁରନ୍ତ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣାରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । Advertisement
ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ – ନବମାଳତୀ ସ୍ମୃତି ପୀଠ ପାଇଁ ଯାହା ଟଙ୍କା ଅବଶ୍ୟକ ଦିଆଯିବ – ମୁଖ୍ୟମନ୍ତ୍ରୀ ଅନୁଗୁଳ – ଆଜିଠାରୁ ଆରମ୍ଭ ହୋଇଛି ଅନୁଗୁଳ ମହୋତ୍ସବ । ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମହୋତ୍ସବର ଉଦଘାଟନ…
ହାତୀ ଆକ୍ରମଣରେ ବନ କର୍ମଚାରୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଜଣେ ବନ ବିଭାଗର କର୍ମଚାରୀ ବୋଲି ଜଣା ପଡ଼ିଛି…
କାର ଧକ୍କାରେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଖମାର କଲେଜ ନିକଟରେ ଏକ କାର ଧକ୍କାରେ ସାଇକେଲରେ ଯାଉଥିବା ଜଣେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ ହୋଇଛି…