ମୁଖ୍ୟ ଖବର ପୋଖରୀରେ ବୁଡି ବାଳକ ମୃତ୍ୟୁ Angul OnlineMay 7, 2021May 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପୋଖରୀକୁ ଗାଧୋଇବା ପାଇଁ ଯାଇ ଥିବା ବେଳେ ପାଣିରେ ବୁଡି ଗାଁର ଜଣେ ୧୦ବର୍ଷ ବାଳକର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ହମାମିରା ଗ୍ରାମର ସୁଶୀଳ ସାହୁଙ୍କ ପୁଅ ସୁନୀଲ ଦିନ ପ୍ରାୟ ସାଢେ଼ ୧୧ଟା ବେଳକୁ ଗ୍ରାମରେ ଥିବା ବଡ଼ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ଦୀର୍ଘ ସମୟ ଧରି ସେ ଘରକୁ ଫେରିନଥିଲେ । ପୋଖରୀ ହୁଡ଼ାରେ ସୁନୀଲଙ୍କ ପୋଷାକ ଓ ଚପଲ ପଡିଥିବା ଦେଖି ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ଫଳରେ ପୋଖରୀ ମଧ୍ୟରେ ଖୋଜାଖୋଜି କରିବା ପରେ ତା ଭିତରୁ ସୁନୀଲକୁ ଉଦ୍ଧାର କରାଯାଇଥିଲା । ସୁନୀଲକୁ ତୁରନ୍ତ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣାରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । Advertisement
ବସ ପଛରେ ବାଡେଇ ହୋଇ ଦୁଇ ମୃତ ପାଲଲହଡା – ଅନୁଗୁଳ ଜିଲ୍ଲାରେ ସଡକ ଦୁର୍ଘଟଣାରେ ପୁଣି ଦୁଇ ଜଣଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଖମାର ଥାନା ଖେମଳା ନିକଟରେ…
ଜେଏମଏଫସି କୋର୍ଟ ଓ ତହସିଲକୁ କଣ୍ଟେନମେଣ୍ଟ ଜୋନ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପ୍ରଶାସନ ପକ୍ଷରୁ ଛେଣ୍ଡିପଦା ଜେଏମଏଫସି କୋର୍ଟ କାର୍ଯ୍ୟାଳୟ ଓ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।…
କୋଇଲା ଚୋରା ଚାଲାଣ ଅଭିଯୋଗରେ କୋଟିପତି ହୋମଗାର୍ଡ ଗିରଫ ଅନୁଗୁଳ – ଅନଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ଚୋରା କୋଇଲା ଚାଲାଣ ଅଭିଯୋଗରେ ଆଜି ଜଣେ ହୋମଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।…