ଭଲ ଖବର ଅନୁଗୁଳରେ ପ୍ରତିଷ୍ଠା ହେବ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ Angul OnlineMay 9, 2021May 9, 2021 ଭୁବନେଶ୍ୱର – ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ । ଓଡ଼ିଶାର ଆଉ ଦୁଇଟି ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ ଏହା କହିଛନ୍ତି । ଏମସିଏଲ୍ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରାରେ ଗୋଟିଏ ଏବଂ ଅନୁଗୁଳ ଜିଲ୍ଲାର ଜଗନ୍ନାଥ ଓ ସୁଭଦ୍ରା ଅଞ୍ଚଳରେ ଗୋଟିଏ ସେଣ୍ଟ୍ରାଲ୍ ସ୍କୁଲ ହେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମସିଏଲ୍ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତବର୍ଷ ସେପ୍ଟେମ୍ବର ୨୦ ତାରିଖରେ ଏନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏମସିଏଲ୍ ଦ୍ୱାରା ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ତିନିଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ନେଇ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ ଧର୍ମେନ୍ଦ୍ର ପ୍ରଧାନ । ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରେ ଦୁଇଟି ସେଣ୍ଟ୍ରାଲ ସ୍କୁଲ ପ୍ରତିଷ୍ଠା ଦ୍ୱାରା ଖଣି ଖାଦାନ ଅଞ୍ଚଳରେ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇପାରିବେ । ସ୍ଥାନୀୟ ଲୋକଙ୍କ ଆଶା ଓ ଆକାଂକ୍ଷା ବି ପୂରଣ ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । Advertisement
ଯୁବ ଶିଳ୍ପୀଙ୍କ ନିଆରା କଳା, ଲଣ୍ଠନ କାଚରେ ଚିତ୍ର ଆଙ୍କି ଶହୀଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି ଅନୁଗୁଳ – କନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ସହିଦ ଯବାନଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି । ଲଣ୍ଠନ କାଚରେ ସହିଦ ଯବାନଙ୍କ ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନୁଗୁଳର ଚିତ୍ର ଶିଳ୍ପୀ…
୨ ମିନିଟ ୨୫ ସେକେଣ୍ଡରେ ୧୯୫ ଦେଶ ଓ ତାର ରାଜଧାନୀ ନାଁ କହି ରେକର୍ଡ କଲେ ସ୍ନେହାଳି ତାଳଚେର – ୨ ମିନିଟ ମାତ୍ର ୨୫ ସେକେଣ୍ଡ । ସେହି ୨ ମିନିଟ ୨୫ ସେକେଣ୍ଡରେ ବିଶ୍ବର ୧୯୫ଟି ଦେଶର ନାମ ଏବଂ ତା’ର ରାଜଧାନୀ…
ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…