ଭଲ ଖବର ଅନୁଗୁଳରେ ପ୍ରତିଷ୍ଠା ହେବ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ Angul OnlineMay 9, 2021May 9, 2021 ଭୁବନେଶ୍ୱର – ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ । ଓଡ଼ିଶାର ଆଉ ଦୁଇଟି ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ ଏହା କହିଛନ୍ତି । ଏମସିଏଲ୍ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରାରେ ଗୋଟିଏ ଏବଂ ଅନୁଗୁଳ ଜିଲ୍ଲାର ଜଗନ୍ନାଥ ଓ ସୁଭଦ୍ରା ଅଞ୍ଚଳରେ ଗୋଟିଏ ସେଣ୍ଟ୍ରାଲ୍ ସ୍କୁଲ ହେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମସିଏଲ୍ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତବର୍ଷ ସେପ୍ଟେମ୍ବର ୨୦ ତାରିଖରେ ଏନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏମସିଏଲ୍ ଦ୍ୱାରା ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ତିନିଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ନେଇ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ ଧର୍ମେନ୍ଦ୍ର ପ୍ରଧାନ । ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରେ ଦୁଇଟି ସେଣ୍ଟ୍ରାଲ ସ୍କୁଲ ପ୍ରତିଷ୍ଠା ଦ୍ୱାରା ଖଣି ଖାଦାନ ଅଞ୍ଚଳରେ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇପାରିବେ । ସ୍ଥାନୀୟ ଲୋକଙ୍କ ଆଶା ଓ ଆକାଂକ୍ଷା ବି ପୂରଣ ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । Advertisement
ନିଜେ ଚାଲିଗଲେ ,ହେଲେ ଅଙ୍ଗଦାନ କରି ଆଉ ତିନି ଜଣଙ୍କ ଜୀବନ ବଞ୍ଚାଇ ଦେଲେ ରିତେଶ ଅନୁଗୁଳ – ନିଜେ ଚାଲିଗଲେ , ହେଲେ ଆଉ ତିନି ଜଣଙ୍କ ଜୀବନ ବଞ୍ଚାଇଦେଲେ । ଅଙ୍ଗଦାନ କରି ଅମର ହୋଇଗଲେ ରିତେଶ । ହୋଲି ଦିନ…
୨୦୨୭ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ NTPC TTPS ଅନୁଗୁଳ – ୨୦୨୭ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବନ୍ଦ ହୋଇ ଯାଇଥିବା NTPC TTPS ର ପ୍ରଥମ ୟୁନିଟ । ଏଥିପାଇଁ ପ୍ଲାଣ୍ଟର…
ଅନୁଗୁଳର ପୁଅ ସ୍ୱାଧୀନଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ଅନୁଗୁଳ – ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଙ୍ଗଳବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ…