ଆଞ୍ଚଳିକ ଟ୍ରକ ସହ ମୋଟରସାଇକେଲ ଧକ୍କା – ଜଣେ ମୃତ Angul OnlineMay 14, 2021May 14, 2021 ଛେଣ୍ଡିପଦା – ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା ସାନହିଁସର ଛକଠାରେ ଅପରାହ୍ନରେ ଏକ ଟ୍ରକ ସହ ଏକ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ମଟରସାଇକେଲ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମର ଗଦାଧର ନାଥି । ସୂଚନା ଅନୁସାରେ ଗଦାଧର ମୋଟରସାଇକେଲ (ଓଡି୦୬,୨୬୫୧)ରେ ୫୫ନଂ ଜାତୀୟ ରାଜପଥରେ ଜରପଡା ପଟରୁ ଅନୁଗୁଳ ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଜରପଡା ଅଭିମୁଖେ ଆସୁଥିବା ଏକ ଟ୍ରକ (ଓଡି୦୫ଏଡି ,୦୬୮୭) ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଟ୍ରକଟି ମୋଟରସାଇକେଲ ସହ ଧକ୍କା ହେବାରୁ ଚାଳକ ତଳେ ପଡିଯିବାରୁ ମୋଟରସାଇକେଲ ଚାଳକଙ୍କ ମୁଣ୍ଡରେ ଆଘାତ ଲାଗି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଜରପଡା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଦୁର୍ଘଟଣା ଗ୍ରସ୍ତ ଟ୍ରକ ଓ ମୋଟରସାଇକେଲକୁ ଜବତ କରି ଘଟଣାର ପୋଲିସ ଘଟଣାର ତଦନ୍ତ କରୁଛି । Advertisement
ସମ୍ପଦ ଅଛି ହେଲେ ହେଉନି ସମୃଦ୍ଧି ଛେଣ୍ଡିପଦା ସମ୍ପଦ ଅଛି ହେଲେ ହେଉନି ସମୃଦ୍ଧି ଛେଣ୍ଡିପଦା – ପ୍ରାକୃତିକ ସମ୍ପଦର ସଦ୍ବିନିଯୋଗ ସମୃଦ୍ଧିର ଦ୍ୱାର ଉନ୍ମୁକ୍ତ କରେ । ଲୋକଙ୍କ ଆର୍ଥିକ ଅଭିବୃଦ୍ଧିକୁ ଏହା ବଳ…
କ୍ୟାଟ ଅନଗୁଳ ଜିଲ୍ଲା ଶାଖାର ପ୍ରତିଷ୍ଠା ଦିବସ ଅନୁଗୁଳ – କ୍ୟାଟ ଅନଗୁଳ ଜିଲ୍ଲା ଶାଖା ର ଚତୁର୍ଥ ପ୍ରତିଷ୍ଠା ଦିବସ ହୋଟେଲ କମଲେସ କଣ୍ଟିନେଣ୍ଟାଲ ଠାରେ ଆୟୋଜିତ ହୋଇଯାଇ ଅଛି । କ୍ୟାଟ ଅନୁଗୁଳ…
ଥାନା ଭିତରେ ଜଳିଗଲା ଗାଡି ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ପରିସରରେ ଅଗ୍ନିକାଣ୍ତ ଆଜି ମଧ୍ୟାହ୍ନରେ ଏକ ଅଗ୍ନିକାଣ୍ଡ ଘଟି ଜବତ ଗାଡି ପୋଡି ଯାଇଥିବା ଜଣା ପଡିଛି ।…