ମୁଖ୍ୟ ଖବର ଟିଉଟୋରିଆଲରେ ଚଢାଉ – ବନ୍ଧକ ଥିବା ୬୨ ଛାତ୍ରଛାତ୍ରୀ ଉଦ୍ଧାର Angul OnlineMay 15, 2021May 15, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ଏକ ଟିଉଟୋରିଆଲରେ ବନ୍ଧକ ଥିବା ୬୨ ଜଣ ଛାତ୍ରଛାତ୍ରୀଙ୍କୁ ପୁଲିସ , ପ୍ରଶାସନ ସହାୟତାରେ ଉଦ୍ଧାର କରିଛି । ପୂର୍ବର ଫିସ ଦେଇ ନଥିବା ଯୋଗୁଁ ଏହି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ବନ୍ଧକ ରଖି ଥିବା ବେଳେ ଘରକୁ ଛାଡୁ ନଥିବା ଅଭିଯୋଗ ହେବା ପରେ ଆଜି ସନ୍ଧ୍ୟାରେ ଏହି ଟିଉଟୋରିଆଲ ଉପରେ ଚଢ଼ାଉ ହୋଇଥିଲା । ତାଳଚେର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏନଫୋର୍ସମେଣ୍ଟ ଟିମ ଓ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ରାତି ୮ ଟା ବେଳେ ଏହି ଆଇ ଲର୍ଣ୍ଣ (I Learn) ନାମକ ଟିଓଟୋରିଆଲରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ହଷ୍ଟେଲରେ ଥିବା ୪୫ ଜଣ ଛାତ୍ର ଓ ୧୭ ଜଣ ଛାତ୍ରୀଙ୍କୁ ଠାବ ଯାଇଛି । କୋଭିଡ ସମୟରେ ଏଭଳି ବେଆଇନ କାର୍ଯ୍ୟ କରୁଥିବା ଯୋଗୁଁ ଟିଓଟୋରିଆଲ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରା ଯାଇଥିବା ଜଣା ପଡ଼ିଛି । ତେବେ ରାତି ହୋଇଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା କଲି ଘରକୁ ପଠାଜୀବ ବୋଲି ଜଣା ପଡିଛି । Advertisement
ବସଷ୍ଟାଣ୍ଡରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବାଲିପଶି ପଞ୍ଚାୟତ ବରପଦା ହାଟ ଛକରେ ଥିବା ବସ୍ ଷ୍ଟାଣ୍ଡ ଘର ଭିତରୁ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର…
ସାତକୋଶିଆ କୋର ଏରିଆରେ ରାତ୍ରି ଭ୍ରମଣ କରି ବନ୍ୟଜନ୍ତୁଙ୍କ ଭିଡିଓ ଉତ୍ତୋଳନ – ଅନୁମତି ଦେଉଛି କିଏ ? ଅନୁଗୁଳ – ବନ୍ଯଜୀବ ସଂରକ୍ଷଣ ଆଇନ ଓ NTCA ଗାଇଡଲାଇନ୍ ଅନୁଯାୟୀ ବ୍ଯାଘ୍ର ସଂରକ୍ଷଣ ଅଂଚଳ (Tiger Reserve) ରେ ରାତ୍ରୀ ଭ୍ରମଣ ବା night safari…
ଅବସରପ୍ରାପ୍ତ ଲାଞ୍ଚୁଆ ବାବୁଙ୍କୁ କାରାଦଣ୍ଡାଦେଶ ଅନୁଗୁଳ – ୨୦୧୨ ମସିହା ଜୁନ ମାସ ୧ ତାରିଖରେ ଲାଞ୍ଚ ନେଇ ଧରାପଡ଼ିଥିବା ଅନୁଗୁଳ ଏଡିଏମ୍ଓ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣି ରାଜେନ୍ଦ୍ର କୁମାର ଦାସଙ୍କୁ…