ଆଞ୍ଚଳିକ କୋଭିଡ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ Angul OnlineMay 21, 2021May 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଗସ୍ତରେ ଆଜି ପୁଲିସ ଡିଜି ଅଭୟ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମୁଖ୍ୟତଃ ରାଜ୍ୟ ତଥା ଜିଲ୍ଲାରେ ବଢିଥିବା କୋଭିଡ ପରିସ୍ଥିତି ବେଳେ ଅନୁଗୁଳ ପୁଲିସ କିଭଳି କାମ କରୁଛି ତାର ସମୀକ୍ଷା କରିଥିଲେ । ଜିଲ୍ଲାରେ ଲକଡାଉନ , ସପ୍ତାହନ୍ତ ସଟଡାଉନ ଓ ରାତ୍ରି କାଳୀନ କର୍ଫୁ ସମୟରେ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ସବୁ କ୍ଷେତ୍ରରେ ଅନୁଗୁଳ ଜିଲ୍ଲା ପୁଲିସର କାମ ବେଶ ପ୍ରଶଂସନୀୟ ବୋଲି ଆଜି ଅନୁଗୁଳ ଗସ୍ତରେ ଆସିଥିବା ଡିଜି ଅଭୟ କହିଛନ୍ତି । ଅନୁଗୁଳ ପୁଲିସ କୋଭିଡ ଏନଫୋର୍ସମେଣ୍ଟ ଟିମ ଏହି ସମୟରେ ୬୭୦୮ ଅମନିଆଙ୍କ ଠାରୁ ମାସ୍କ ପିନ୍ଧି ନଥିବା ଯୋଗୁଁ ୧୯ ଲକ୍ଷ ୭୭ ହଜାର ଟଙ୍କା ଜୋରିମାନା ଆଦାଯ କରା ଯାଇଛି । ସେହିପରି ୧୩୦ଟି ଦୋକାନକୁ ସିଲ କରାଯିବା ସହ ୫୪୫ ଊର୍ଦ୍ଧ୍ଵ ଗାଡ଼ିକୁ ଜବତ କରିଛି । ଏଥିପାଇଁ ଅନୁଗୁଳ ପୁଲିସକୁ ସାଧୁବାଦ ଦେବା ସହ ଅନୁଗୁଳ ବାସୀଙ୍କୁ କାରୋନା କଟକଣା ମାନିବବାକୁ ଅପିଲ କରିଥିଲେ । ଏହାପରେ ସେ ପୁଲିସ ଟ୍ରେନିଂ ସେଣ୍ଟର ଯାଇ ସେଠାରେ ତାଲିମ ନେଉଥିବା ସବ-ଇନ୍ସିପେକ୍ଟର ଓ ଅନ୍ୟାନ୍ୟ ତାଲିମଦାତାଙ୍କ ସହ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ । ପୁଲିସ ଡିଜି ଅଭୟଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଡ଼ିଜି ଲଲିତ ଦାସ, ଉତ୍ତର-କେନ୍ଦ୍ରାଞ୍ଚଳ ଡ଼ିଆଇଜି ସାର୍ଥକ ଷଡଙ୍ଗୀ ଓ ଅନୁଗୁଳ ଏସପି ଜଗମୋହନ ମୀନା ଆଦି ଉପସ୍ଥିତ ଥିଲେ । Advertisement
୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ – ଚାଳକ ଗରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ପୁରୁଣା ଫାୟାରଷ୍ଟେସନ ନିକଟ ନର୍ସରି ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ବେଳେ ଏହାର ଚାଳକ ଗୁରୁତର…
ଲୁଟିନେଲେ ୪ ଲକ୍ଷ ୩୬ ହଜାର ତାଳଚେର – ସାଇବର ଠକଙ୍କ ପଞ୍ଝାରେ ପଡିଗଲେ ତାଳଚେର ଧରମପୁର ଗାଁର ସୁଶାନ୍ତ ସାହୁ । ଓଟିପି ପଠାଇ ଲୁଟି ନେଲେ ନଗଦ ୪ ଲକ୍ଷ ୩୬…
ଟ୍ରକ ମାଲିକ କରିବେ ଅର୍ଥନୈତିକ ଅବରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ଦୁଇଟି କୋଇଲା ଖଣିରେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଡାଲା ଟ୍ରକକୁ ଲୋଡିଙ୍ଗ ଦିଆଯାଉ ନଥିବା ପ୍ରତିବାଦରେ…